ଅନୁଗୁଳ(ବିରଜା ପ୍ରସାଦ ଦାସ): ଅନୁଗୁଳ ଜିଲ୍ଲା କିଆକଟା ପଞ୍ଚାୟତର ହେଲେଇ ଗାଁରେ କାନ୍ଥ ଭୁଶୁଡ଼ି ଦୁଇ ମାସ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଏଥିରେ ଶିଶୁଟିର ମା’ ଓ ୩ ବର୍ଷର ଭଉଣୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତକାଲି ରାତିରେ ସୁଶୀଲ ହାତୀଙ୍କ ସ୍ତ୍ରୀ ଓ ତାଙ୍କର ୨ ସନ୍ତାନ ଶୋଇଥିବା ବେଳେ ଲଗାଣ ବର୍ଷାରେ ହଠାତ୍ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ କାନ୍ଥ ତଳେ ୩ ଜଣ ଚାପି ହୋଇଯାଇଥିଲେ।
ସମସ୍ତଙ୍କୁ ଉଦ୍ଧାର କରାଯାଇ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ୨ ମାସର ଶିଶୁପୁତ୍ରର ମୃତ୍ୟୁ ଘଟିଥିଲା।
from OTV Khabar. https://ift.tt/2KvwPCe
ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ିଲା କାନ୍ଥ, ଆଖି ବୁଜିଲା ୨ ମାସର ଶିଶୁ Rajalaxmi Sahoo
Reviewed by SUBHENDU BARAL
on
August 07, 2019
Rating:
No comments: