ହୋଟେଲ୍‌ ମାଲିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା Rajalaxmi Sahoo

ବାଲେଶ୍ୱର: ପୁଲିସ୍‌ ହେପାଜତରେ ଥାଇ ଜଣେ ବ୍ୟକ୍ତି ଅସୁସ୍ଥ ହେବା ଓ ପରେ ତାଙ୍କର ମୃତ୍ୟୁ ହେବାକୁ କେନ୍ଦ୍ର କରି ବାଲେଶ୍ୱରରେ ଉତ୍ତେଜନା ପ୍ରକାଶ ପାଇଛି।

ଗତ ୭ ତାରିଖରେ ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ପୁଲିସ୍‌ ହୋଟେଲ ମାଲିକ ରତିକାନ୍ତ ଦାସଙ୍କୁ ଅଟକ ରଖିଥିଲେ। ସେ ବେଆଇନ୍ ମଦ କାରବାର କରୁଥିବା ଅଭିଯୋଗରେ ପୁଲିସ୍‌ ତାଙ୍କୁ ଥାନାକୁ ଆଣିଥିଲା।

ତେବେ ପୁଲିସ୍‌ ହେପାଜତରେ ଥିବା ବେଳେ ରତିକାନ୍ତ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କ ସ୍ୱସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍‌ ସ୍ଥାନାନ୍ତର କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା।  ଶବ ବ୍ୟବଚ୍ଛେଦ ପରେ ତାଙ୍କ ମୃତଦେହ ବାଲେଶ୍ୱର ଆସିବା ପୂର୍ବରୁ ଏହାକୁ ନେଇ ରେମୁଣାରେ ଉତ୍ତେଜନା ପ୍ରକାଶ ପାଇଥିଲା।

ରତିକାନ୍ତଙ୍କର ମୃତ୍ୟୁ ପାଇଁ ଲୋକେ ପୁଲିସ୍‌କୁ ଦାୟୀ କରି ରେମୁଣା ଗୋଲେଇ ଛକରେ ରାସ୍ତା ରୋକ କରିଥିଲେ। ରାସ୍ତାରୋକ ହଟାଇବା ପାଇଁ ଘଟଣାସ୍ଥଳରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ ପରେ ଆହୁରି ଅଧିକ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ପୁଲିସ୍‌ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।



from OTV Khabar. https://ift.tt/2ZYkLje
ହୋଟେଲ୍‌ ମାଲିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା Rajalaxmi Sahoo ହୋଟେଲ୍‌ ମାଲିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା Rajalaxmi Sahoo Reviewed by SUBHENDU BARAL on August 09, 2019 Rating: 5

No comments:

Powered by Blogger.