ଭୁବନେଶ୍ୱର: ଦିନକୁ ଦିନ ବିଶ୍ୱ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ୧୯୭୦ରୁ ୨୦୧୯ ମଧ୍ୟରେ ବିଶ୍ୱ ତାପମାତ୍ରା ୧.୩ ଡିଗ୍ରୀ ବଢ଼ିଛି। ଗତ ୫୦ ବର୍ଷରେ ବିଶ୍ୱର ତାପମାତ୍ରା ପୂର୍ବ ଆକଳନକୁ ପାର୍ କରି ୫୦ ପ୍ରତିଶତ ବଢ଼ିଛି।
ଏହାର ମୁଖ୍ୟ କାରଣ ହେଉଛି ଗ୍ରୀନ୍ ହାଉସ୍ ଗ୍ୟାସ୍। ଯାହା ମନୃଷ୍ୟକୃତ। ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ବରିଷ୍ଠ ସାମ୍ବାଦିକ ବରେନ୍ଦ୍ରକୃଷ୍ଣ ଧଳ ସ୍ମାରକୀ ବକ୍ତୃତା କାର୍ଯକ୍ରମରେ ଯୋଗଦେବା ଅବସରରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏହା କହିଛନ୍ତି। ଏହି କାର୍ଯକ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଥିଲେ
ଖାଲି ଏତିକି ନୁହେଁ ଗ୍ରୀନ୍ ହାଉସ୍ ପ୍ରଭାବରେ ଜଳବାୟୁ ପରିବର୍ତ୍ତନ ହେଉଛି। ବାତ୍ୟା, ବନ୍ୟା, ମରୁଡ଼ି, ଅଂଶୁଘାତ ଏବଂ ବଜ୍ରପାତ ବଢ଼ିବାରେ ଲାଗିଛି। ସେହିପରି ବର୍ଷାର ପରିମାଣ କମିବାରେ ଲାଗିଛି।
from OTV Khabar. https://ift.tt/2YGz3sh
ଦିନକୁ ଦିନ ବଢ଼ୁଛି ବିଶ୍ୱ ତାପମାତ୍ରା Rajalaxmi Sahoo
Reviewed by SUBHENDU BARAL
on
August 11, 2019
Rating:
No comments: