ଭବାନୀପାଟଣା (ରାଜକୁମାର ସିଂହଦେଓ): ଲଗାଣ ବର୍ଷାରେ ଘରର କାନ୍ଥ ଭୁଶୁଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବୋହୂ ଗୁରୁତର ଭାବେ ଆହତ ହୋଇଛନ୍ତି। ଏ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଗୋଶାଲାପଡ଼ାରେ।
ମୃତ ବୃଦ୍ଧାଙ୍କ ନା ରାଣୀମତି ସିଂ (୭୦)। ତାଙ୍କ ବୋହୂଙ୍କ ନାଁ ଯଶୋବନ୍ତୀ ସିଂ। ଯଶୋବନ୍ତୀଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଉଭୟ ରାଣୀମତି ଓ ଯଶୋବନ୍ତୀ ରୋଷେଇ କରୁଥିବା ବେଳେ ରୋଷେଇ ଘର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଘରେ ଥିବା ଦୁଇ ଜଣ ପୁରୁଷ ସେମାନଙ୍କୁ ଉଦ୍ଧାର କରି ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ତେବେ ସେଠାରେ ରାଣୀମତିଙ୍କୁ ମୃତ ଘୋଷଣା କରାଯାଇଥିଲା।
from OTV Khabar. https://ift.tt/303s7lW
ଲଗାଣ ବର୍ଷାରେ ଘର କାନ୍ଥ ଭୁଶୁଡ଼ି ଶାଶୂ ମୃତ, ବୋହୂ ଗୁରୁତର Pradesh Pratyush
Reviewed by SUBHENDU BARAL
on
August 12, 2019
Rating:
No comments: