ମାଲକାନଗିରି( ଜିତେନ୍ଦ୍ର ବେଉରା) : ମାଲକାନଗିରି ଜିଲ୍ଲାରେ ବନ୍ୟାସ୍ଥିତିରେ ସାମାନ୍ୟ ସୁଧାର। ଜଳସ୍ତର କମିବା ପରେ ଜୟପୁର, କାଲିମେଳା ଓ ବାଲିମେଳାକୁ ଯୋଗାଯୋଗ ସ୍ୱାଭାବିକ ହୋଇଛି। ତଳିଆ ଅଞ୍ଚଳରେ ଥିବା ୬୩୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଏହାସହ ଲୋକଙ୍କ ପାଇଁ ୧୪ଟି ଜାଗାରେ ମାଗଣା ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଛି।
ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଥିଲା। ଫଳରେ କେଉଁଠି ପୋଲ ବୁଡ଼ିଥିଲା ତ କେଉଁଠି ରାସ୍ତା ଧୋଇଯାଇଥିଲା। ମୁଖ୍ୟତଃ ମାଲକାନଗିରିରୁ ଜୟପୁର, କାଲିମେଳା, ବାଲିମେଳା ଏବଂ କାଲିମେଳାରୁ ମୋଟୁ ଓ ପଡ଼ିଆ ମଧ୍ୟରେ ଗମନାଗମନରେ ବାଧା ଉପୁଜିଥିଲା।
ସେପଟେ ଆଜି ମଧ୍ୟ ବର୍ଷା ଲାଗି ରହିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
from OTV Khabar. https://ift.tt/2yvyUIT
ମାଲକାନଗିରି ଜିଲ୍ଲାରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର Pradesh Pratyush
Reviewed by SUBHENDU BARAL
on
August 02, 2019
Rating:
No comments: