ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ : ଜଣେ ଆତଙ୍କୀ ମୃତ, ଜଣେ ଯବାନ ସହିଦ  Kanak News

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର ସୋପିଆଁରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ । ସେନା ଗୁଳିରେ ଜଣେ ଆତଙ୍କବାଦୀ ମୃତ । ମୃତ ଆତଙ୍କବାଦୀର ନାମ ଜୀନତ ଇସଲାମ୍ । ସୂଚନା ଅନୁସାରେ ଜୀନତ ଇସଲାମ୍ ଅନେକ ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିଲା । ତେବେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ବେଳେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି ।

ସୋପୋର ନିକଟ ମଲମାପାନପୋରା ଅଂଚଳରେ ଆତଙ୍କବାଦୀମାନେ ଲୁଚି ଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଯବାନମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଯବାନଙ୍କୁ ଦେଖି ଆତଙ୍କବାଦୀମାନେ ଆଖିବୁଜା ଗୁଳିବର୍ଷା କରିଥିଲେ ଆଉ ଏହାର କଡ଼ା ଜବାବ ଦେଇଛନ୍ତି ଯବାନ ।  ତେବେ ଗୁଳି ବିନିମୟରେ ଜଣେ ଯବାନ ଗୁରୁତର ଆହତ ହୋଇଥିଲେ । ଯବାନଙ୍କୁ ମେଡ଼ିକାଲ ନେବା ରାସ୍ତାରେ ହିଁ ତାଙ୍କର ପ୍ରାଣ ଚାଲିଗଲା ଓ ସେ ସହିଦ ହୋଇ ଗଲେ । ଏହାପୂର୍ବରୁ ବେଜବେହଡ଼ା ଅଞ୍ଚଳରେ ଜୈଶ୍-ଏ ମହମ୍ମଦରର ୨ ଜଣ ଆତଙ୍କବାଦୀ ସେନା ଗୁଳିରେ ପ୍ରାଣ ହରାଇଥିଲା ।



from Kanak News https://ift.tt/2ZDcdyt https://ift.tt/2MwwmT3
ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ : ଜଣେ ଆତଙ୍କୀ ମୃତ, ଜଣେ ଯବାନ ସହିଦ  Kanak News ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ : ଜଣେ ଆତଙ୍କୀ ମୃତ, ଜଣେ ଯବାନ ସହିଦ  Kanak News Reviewed by SUBHENDU BARAL on August 02, 2019 Rating: 5

No comments:

Powered by Blogger.