ସାଲେପୁର ( ମନୋଜ ଆଚାର୍ଯ୍ୟ) : କଟକ କିଶନନଗର ଅଞ୍ଚଳରେ ଅଘଟଣ। ଗୋଡ଼ ଖସି ନଦୀରେ ବୁଡ଼ି ଗଲେ ଦୁଇ ଭଉଣୀ। ଆଜି ସକାଳୁ ସୁକୁପାଇକା ନଦୀକୂଳକୁ ଦୁଇ ସମ୍ପର୍କୀୟ ଭଉଣୀ ଫୁଲ ତୋଳିବାକୁ ଯାଇଥିଲେ। ବନ୍ଧରୁ ଦୁଇ ଜଣଙ୍କ ଗୋଡ଼ ଖସି ଯିବାରୁ ସେମାନେ ନଦୀରେ ପଡ଼ି ଯାଇଥିଲେ। ଉଭୟେ ପାଣିରେ ବୁଡ଼ି ଯାଇଥିଲେ।
ଦୁଇ ମୃତକ ହେଲେ ସୁଜାତା ଦାସ ଓ ସୁମନ ଦାସ। ଅନ୍ୟ ଜଣେ ଭଉଣୀ ସୁନିତା ଦାସ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆଜି ସକାଳୁ ତିନି ଜଣ ଭଉଣୀ ଖୁଦୁରୁକୁଣୀ ଓଷା ପାଇଁ ଫୁଲ ତୋଲିବାକୁ ସୁକୁପାଇକା ନଦୀ ନିକଟକୁ ଯାଇଥିଲେ।
ମୃତକଙ୍କ ଘର ଜଗତସିଂହପୁର ବାବୁଜଙ୍ଗ ପଞ୍ଚାୟତର ସଫିପୁର ଗାଁରେ। ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତଦେହକୁ ରଖାଯାଇଛି।
from OTV Khabar. https://ift.tt/2KUUqMM
ନଦୀରେ ବୁଡ଼ି ଦୁଇ ନାବାଳିକା ମୃତ Pradesh Pratyush
Reviewed by SUBHENDU BARAL
on
August 17, 2019
Rating:
No comments: