ପାରାଦୀପ : ଧରାପଡ଼ିଲା ପାରାଦୀପ ଷ୍ଟୋନ୍ମ୍ୟାନ୍। ପାରାଦୀପ ମେରାଇନ୍ ଥାନା ପୁଲିସ ଗତ ଜୁନ୍ ୨୯ ରାତିରେ ଘଟିଥିବା ଡବଲ୍ ମର୍ଡର ଘଟଣା ଉପରୁ ପର୍ଦ୍ଦା ହଟାଇ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତର ନାଁ ଶିବ ବେହେରା ।
ମେରାଇନ ଥାନା ଆଇଆଇସିଙ୍କ ସୂଚନା ଅନୁଯାୟୀ, ମାନସିକ ବିକାରଗ୍ରସ୍ତ ଲୋକଙ୍କୁ ଚିଡ଼ାଇବା ଏବଂ ମାରିବାରେ ଶିବ ଆନନ୍ଦ ନିଏ। ଘଟଣାଦିନ ରାତିରେ ମଧ୍ୟ ଶିବ ନିଶାସକ୍ତ ଅବସ୍ଥାରେ ନେହରୁବଙ୍ଗଳା ମାର୍କେଟ୍ କଂପ୍ଲେକ୍ସରେ ଆଶ୍ରୟ ନେଇଥିବା ଦୁଇ ମାନସିକ ବିକାରଗ୍ରସ୍ତଙ୍କ ସହ ଲାଗିଥିଲା ଏବଂ ହିତାହିତ ଜ୍ଞାନ ଭୁଲି ଉଭୟଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରି ଫେରାର ହୋଇଯାଇଥିଲା।
ଗତ ସପ୍ତାହରେ ସେ ପୁଣି ନେହରୁବଙ୍ଗଳା ଆସିଥିବା ବେଳେ ତାର ଗତିବିଧି ଉପରେ ନଜର ରଖିଥିବା ପୁଲିସ। ତାକୁ ସନ୍ଦେହରେ ଅଟକ ରଖି ପଚରାଉଚରା କରିବାରୁ ସେ ସତ ମାନିଯାଇଥିଲା। ଏହାପରେ ପୁଲିସ ଗତକାଲି ତାକୁ ଗିରଫ କରି କୋର୍ଟଚାଲାଣ କରିଛି।
from OTV Khabar. https://ift.tt/33jrVRo
ଧରାପଡ଼ିଲା ପାରାଦୀପ ଷ୍ଟୋନ୍ ମ୍ୟାନ୍ Pradesh Pratyush
Reviewed by SUBHENDU BARAL
on
August 08, 2019
Rating:
No comments: