ମାଲଗୋଦାମରେ ଅଗ୍ନିକାଣ୍ଡ ; ପୋଡ଼ିଗଲା ଗୋଟିଏ ତେଲ ହୋଲସେଲିଂ ଗୋଦାମ Pradesh Pratyush

କଟକ  : କଟକ ମାଲଗୋଦାମରେ ଅଗ୍ନିକାଣ୍ଡ।  ପୋଡ଼ିଗଲା ତେଲ ଗୋଦାମ । କଟକ ମାଲଗୋଦାମ ଭିତରେ ଥିବା ଏକ ତେଲ ହୋଲସେଲିଂ ଗୋଦାମରେ ଗତକାଲି ସନ୍ଧ୍ୟାରେ ନିଆଁ ଲାଗି ଯାଇଥିଲା।

ନିଆଁରେ ପୋଡ଼ି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ତେବେ ନିଆଁ ବ୍ୟାପୀବା ପୂର୍ବରୁ ଠିକ୍ ସମୟରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ଫଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡକୁ ରୋକାଯାଇ ପାରିଛି। ସେପଟେ ତେଲ ଗୋଦାମରେ ନିଆଁ କେମିତି ଲାଗିଲା, ତାର କାରଣ ସ୍ପଷ୍ଟ ହୋଇନି।



from OTV Khabar. https://ift.tt/2KMFsIR
ମାଲଗୋଦାମରେ ଅଗ୍ନିକାଣ୍ଡ ; ପୋଡ଼ିଗଲା ଗୋଟିଏ ତେଲ ହୋଲସେଲିଂ ଗୋଦାମ Pradesh Pratyush ମାଲଗୋଦାମରେ ଅଗ୍ନିକାଣ୍ଡ ; ପୋଡ଼ିଗଲା ଗୋଟିଏ ତେଲ ହୋଲସେଲିଂ ଗୋଦାମ Pradesh Pratyush Reviewed by SUBHENDU BARAL on August 15, 2019 Rating: 5

No comments:

Powered by Blogger.