ଉପକୂଳ ଓଡ଼ିଶାରେ ବନ୍ୟା ବିପଦ Pradesh Pratyush

ଭୁବନେଶ୍ୱର :  ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସ୍ଥିତି ସୁଧୁରିଲା ବେଳକୁ ଉପକୂଳ ଓଡ଼ିଶାରେ ବନ୍ୟା ବିପଦ। ମହାନଦୀରେ ବନ୍ୟା ଜଳ ତଳମୁଣ୍ଡରେ ପହଞ୍ଚିବା ପରେ ଫୁଲି ଉଠିଛନ୍ତି ଏହାର ପ୍ରମୁଖ ଶାଖା ନଦୀ । ଫଳରେ ପୁରୀ, ଖୋର୍ଦ୍ଧା, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ତଳିଆ ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ସ୍ଥିତି।

ଏସବୁ ଜିଲ୍ଲାର କିଛି କିଛି ଅଞ୍ଚଳ ବନ୍ୟାରେ ଉବୁଟୁବୁ ହେଉଥିବାରୁ ହଜାର ହଜାର ଲୋକ ବିପନ୍ନ ହେବା ସହ ଚାଷବାସକୁ ବ୍ୟାପକ କ୍ଷତି ପହଞ୍ଚାଇଛି। ପୁରୀ ଜିଲ୍ଲା କଣାସ ବ୍ଲକ୍‌ରେ ବନ୍ୟା ପାଣି ପ୍ରବେଶ କରିବାରୁ କଣାସ ବ୍ଲକର ବହୁ ଗାଁ ଏବେ ଜଳବନ୍ଦୀ।  ବାଲିପାଟଣା, ଦୋକନ୍ଦା ଗାଁ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି।

ଖୋର୍ଦ୍ଧା ବ୍ଲକ ଓରବରସିଂ ପଞ୍ଚାୟତରେ ବି ସମାନ ସ୍ଥିତି।  ରାଜୁଆ ନଦୀର ଫେରନ୍ତା ପାଣି ପଶିଯିବାରୁ ଏ ପଞ୍ଚାୟତର ୮ ଖଣ୍ଡ ଗାଁ ଜଳବନ୍ଦୀ ହୋଇଛି। ହୀରାକୁଦ ଡ୍ୟାମରୁ ଛଡ଼ା ଯାଇଥିବା ପାଣି ମହାନଦୀର ତଳମୁଣ୍ଡରେ ପହଞ୍ଚିଥିବାରୁ ବନ୍ୟାର ଶିକାର ହୋଇଛନ୍ତି। ମହାନଦୀ ଅବବାହିକାରେ ଥିବା ବାଙ୍କୀ ବ୍ଲକର ତଳିଆ ଅଞ୍ଚଳ ଲୋକେ ବ୍ଲକର ବିଲିପଡ଼ା, ତାଳବସ୍ତ, ସିମିଳିପୁର ଓ କୁସପଙ୍ଗା ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ଯାଇଥିବା ଏହାର ଶାଖା ପାଇକା, ଚିତ୍ରୋତ୍ପଳା, ଲୁଣା ଓ କେରାଣ୍ଡିଆ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ବନ୍ୟା ଦାଉ ସାଧିଥିଲେ ବି ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ।

 



from OTV Khabar. https://ift.tt/2Pb6dw6
ଉପକୂଳ ଓଡ଼ିଶାରେ ବନ୍ୟା ବିପଦ Pradesh Pratyush ଉପକୂଳ ଓଡ଼ିଶାରେ ବନ୍ୟା ବିପଦ Pradesh Pratyush Reviewed by SUBHENDU BARAL on August 17, 2019 Rating: 5

No comments:

Powered by Blogger.