ହୀରାକୁଦ ଡ୍ୟାମ୍‌ର ୨୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ ; ଉଛୁଳୁଛି ମହାନଦୀ, ଛାନିଆ ତଳି ଅଞ୍ଚଳ ବାସିନ୍ଦା Pradesh Pratyush

ସମ୍ବଲପୁର ( ସଂଜୟ କୁମାର ଜେନା) : ହୀରାକୁଦ ଡ୍ୟାମ୍‌ର ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଗୁରୁବାର ପୂର୍ବାହ୍ନରେ ୧୬ଟି ଗେଟ୍‌ ଖୋଲିଥିବା ବେଳେ ସଂଧ୍ୟାରେ ଆଉ ୪ଟି ଗେଟ୍‌ ଖୋଲାଯାଇଥିଲା। ପରିସ୍ଥିତି ଦେଖି ଆଉ ଗେଟ୍‌ ଖୋଲାଯିବ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ଜଳ ସଂପଦ ସଚିବ ସୂଚନା ଦେଇଛି।

ତେବେ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ବନ୍ୟାଜଳ ପ୍ରଭାବରେ ତଳମୁଣ୍ଡରେ ବିପଦ ସୃଷ୍ଟି କରିନାହିଁ ବୋଲି ଜଳ ସଂପଦ ବିଭାଗ ପକ୍ଷରୁ କୁହାଯାଇଛି।  ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରକୁ ୧ଲକ୍ଷ, ୫୧ହଜାର ୫୫୦କ୍ୟୁସେକ ଜଳ ପ୍ରବେଶ କରୁଛି। ସେହିପରି ୩ଲକ୍ଷ ୨୮ହଜାର ୨୯୫କ୍ୟୁସେକ ଜଳ ନିଷ୍କାସିତ ହେଉଛି।



from OTV Khabar. https://ift.tt/2KUSZ18
ହୀରାକୁଦ ଡ୍ୟାମ୍‌ର ୨୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ ; ଉଛୁଳୁଛି ମହାନଦୀ, ଛାନିଆ ତଳି ଅଞ୍ଚଳ ବାସିନ୍ଦା Pradesh Pratyush ହୀରାକୁଦ ଡ୍ୟାମ୍‌ର ୨୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ ; ଉଛୁଳୁଛି ମହାନଦୀ, ଛାନିଆ ତଳି ଅଞ୍ଚଳ ବାସିନ୍ଦା Pradesh Pratyush Reviewed by SUBHENDU BARAL on August 15, 2019 Rating: 5

No comments:

Powered by Blogger.