ନବରଙ୍ଗପୁର : ପାଠ ଚାପରୁ ଆତ୍ମହତ୍ୟା । ନବରଙ୍ଗପୁର ସହର ହିର୍ଲି ସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ। ବାଥରୁମ୍ ଭିତରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ।
ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ୍ ମଧ୍ୟ ଜବତ ହୋଇଛି। ମୃତ ଛାତ୍ରୀ ଜଣଙ୍କ ହେଲେ ସୁଶୀଳା ପୂଜାରୀ। ତାଙ୍କ ଘର କୋଷାଗୁମୁଡ଼ା ଅଞ୍ଚଳରେ। ମୃତ୍ୟୁ ପୂର୍ବରୁ ଛାତ୍ରୀ ଜଣକ ପାଠ ବୁଝିପାରୁନଥିବା ନେଇ ତାଙ୍କ ବାପାଙ୍କ ସହ ଫୋନରେ କଥା ହୋଇଥିଲେ। ପାଠକୁ ନେଇ ଝିଅ ଚାପରେ ଥିଲା ବୋଲି ମୃତ ଛାତ୍ରୀଙ୍କ ବାପା କହିଛନ୍ତି। ତେବେ ପାଠ ନେଇ ଚିନ୍ତା ନକରିବାକୁ ଝିଅକୁ ବୁଝାଇଥିଲେ ବୋଲି କହିଛନ୍ତି ମୃତକଙ୍କ ବାପା।
ଅନ୍ୟପଟେ ସୁଇସାଇଡ ନୋଟ୍ରୁ ବି ମୃତଛାତ୍ରୀ ପାଠକୁ ନେଇ ଚିନ୍ତାରେ ଥିବା ଜଣାପଡ଼ୁଥିବା ପୁଲିସ କହିଛି। ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସ।
from OTV Khabar. https://ift.tt/2KGfBC7
ପାଠପଢ଼ା ଚାପରୁ ଛାତ୍ରୀଙ୍କ ଆତ୍ମହତ୍ୟା ! Pradesh Pratyush
Reviewed by SUBHENDU BARAL
on
August 12, 2019
Rating:
No comments: