ସମ୍ବଲପୁର: ଆଜି ହୀରାକୁଦ ଡ୍ୟାମରୁ ନିଷ୍କାସନ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ଡାକବାଜି ଯନ୍ତ୍ର ଯୋଗେ ବନ୍ୟା ଜଳ ନିଷ୍କାସନ ନେଇ ସୂଚନା ଦିଆଯାଇଛି। ସେହି ସମୟ ମଧ୍ୟରେ ମହାନଦୀ ମଧ୍ୟକୁ ନଯିବାକୁ ଓ ଗୃହ ପାଳିତ ପଶୁଙ୍କୁ ନ ଛାଡ଼ିବାକୁ ପ୍ରଚାର କରାଯାଉଛି।
ଆଜି ଦିନ ୧୧ଟା ପରେ ଯେ କୌଣସି ସମୟରେ ଗେଟ୍ ଖୋଲିବା ଆରମ୍ଭ ହେବ। ଅନ୍ୟ ବର୍ଷ ଭଳି ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇ ବନ୍ୟା ଜଳ ନିଷ୍କାଷନ କରାଯିବ। ପରେ ଅନ୍ୟ ଗେଟ ଖୋଲାଯିବ।
ତେବେ କେତୋଟି ଗେଟ୍ ଖୋଲାଯିବ ସେନେଇ ନିଷ୍ପତ୍ତି ହୋଇନାହିଁ। ଡ୍ୟାମ କର୍ତ୍ତୃପକ୍ଷ ଏନେଇ ଛତିଶଗଡ଼ ଜଳ ସମ୍ପଦ ବିଭାଗ ଅଧିକାରୀଙ୍କ ସହ ସମ୍ପର୍କରେ ଅଛନ୍ତି। ପ୍ରଥମ ବନ୍ୟାଜଳ ନିଷ୍କାସନକୁ ଦୃଷ୍ଟିରେ ରଖି ଡ୍ୟାମର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
from OTV Khabar. https://ift.tt/2MWV6nH
ଆଜି ଖୋଲିବ ହୀରାକୁଦ ଗେଟ୍ OTV KHABAR BUREAU
Reviewed by SUBHENDU BARAL
on
August 13, 2019
Rating:
No comments: