ଏଣିକି ଲୋକଙ୍କ ସହ ସିଧାସଳଖ କଥା ହେଇ ସମସ୍ୟା ବୁଝିବେ ମୁଖ୍ୟମନ୍ତ୍ରୀ OTV KHABAR BUREAU

ଭୁବନେଶ୍ୱର: ଏଣିକି ଲୋକଙ୍କ ସହ ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫୋନ୍‌ ମାଧ୍ୟମରେ ସିଧା କଥା ହୋଇ ଲୋକଙ୍କ ସମସ୍ୟା ବୁଝିବେ। ଆଜି ସ୍ୱାଧୀନତା ଦିବସ ସମାରୋହରେ ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ କରିଥିଲେ ନବୀନ। ଏହି ଅବସରରେ ରାଜ୍ୟବାସୀଙ୍କୁ ଉଦ୍‌ବୋଧନ ଦେଇ ନବୀନ କହିଛନ୍ତି, ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ସମସ୍ତ ଥାନା ଓ ହସ୍‌ପିଟାଲଗୁଡ଼ିକରେ ଫାଇଭ୍ ଟି(5T) କାର୍ଯ୍ୟକାରୀ ହେବ। ସେହି ଅନ୍ତର୍ଗତ ଯୋଜନାରେ ସବୁ ଲୋକଙ୍କ ସହ ସିଧାସଳଖ କଥା ହେବେ। ଆସନ୍ତା ବର୍ଷ ମାର୍ଚ୍ଚ ମାସରୁ ସବୁ ବିଭାଗ ଏହାକୁ କାର୍ଯ୍ୟକାରୀ କରିବେ।

ପ୍ରକାଶ ଥାଉକି, ଏଥର ମହାତ୍ମା ଗାନ୍ଧୀ ମାର୍ଗ ବଦଳରେ ପ୍ରଦର୍ଶନୀ ପଡ଼ିଆରେ କାର୍ଯ୍ୟକ୍ରମର ଆୟୋଜନ ହୋଇଛି।



from OTV Khabar. https://ift.tt/2Z52Xpr
 ଏଣିକି ଲୋକଙ୍କ ସହ ସିଧାସଳଖ କଥା ହେଇ ସମସ୍ୟା ବୁଝିବେ ମୁଖ୍ୟମନ୍ତ୍ରୀ OTV KHABAR BUREAU  ଏଣିକି ଲୋକଙ୍କ ସହ ସିଧାସଳଖ କଥା ହେଇ ସମସ୍ୟା ବୁଝିବେ ମୁଖ୍ୟମନ୍ତ୍ରୀ OTV KHABAR BUREAU Reviewed by SUBHENDU BARAL on August 14, 2019 Rating: 5

No comments:

Powered by Blogger.