ନୂଆଦିଲ୍ଲୀ: ରାଜ୍ୟସଭାରେ ନ୍ୟାସ୍ନାଲ ମେଡିକାଲ୍ କମିଶନ ବିଲ୍ ଗୃହୀତ ହୋଇଛି। ଏହାଫଳରେ ମେଡିକାଲ ଶିକ୍ଷାରେ ବଡ଼ ଧରଣର ସଂସ୍କାର ଆସିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ଏହି ବିଲ୍ ଦ୍ୱାରା ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆକୁ ରଦ୍ଧ କରାଯାଇ ନ୍ୟାସନାଲ ମେଡିକାଲ କମିସନ୍ ଗଠନ ହେବ। ଏଥିସହିତ ମେଡିକାଲ କଲେଜର ଭିତ୍ତିଭୂମି ଅନୁଧ୍ୟାନ କରିବା ସହ ଏମ୍ବିବିଏସ୍ ପ୍ରବେଶିକା ପରୀକ୍ଷା ଓ ଏଣ୍ଟ୍ରାନ୍ସ ଫି ମଧ୍ୟ ସ୍ଥିର କରିବ।
ଦୁଇଟି ସଂଶୋଧନ ପ୍ରସ୍ତାବ ସହ ଏହା ରାଜ୍ୟସଭାରେ ପାରିତ ହୋଇଥିବାରୁ ଏହି ବିଲ୍ ପୁଣିଥରେ ଲୋକସଭାକୁ ପଠାଯିବ। ଗତକାଲି ଏହି ବିଲକୁ ବିରୋଧ କରି ଏଆଇଏଡିଏମ୍କେ କକ୍ଷ ତ୍ୟାଗ କରିଥିଲା। ଜୁଲାଇ ୨୯ରେ ଲୋକସଭାରେ ଏହି ବିଲଟି ଗୃହୀତ ହେବା ପରେ ଦେଶ ବ୍ୟାପୀ ଡାକ୍ତର ଓ ମେଡିକାଲ ଛାତ୍ରଛାତ୍ରୀମାନେ ତୀବ୍ର ବିରୋଧ କରିଥିଲେ।
from OTV Khabar. https://ift.tt/2LWO3vk
ରାଜ୍ୟସଭାରେ ନ୍ୟାସ୍ନାଲ ମେଡିକାଲ୍ କମିସନ୍ ବିଲ୍ ପାସ୍ OTV KHABAR BUREAU
Reviewed by SUBHENDU BARAL
on
August 01, 2019
Rating:
No comments: