ମୁଣ୍ଡଳି ଅତିକ୍ରମ କରୁଛି ବନ୍ୟାଜଳ; ବନ୍ୟା ସୃଷ୍ଚି କରିପାରେ OTV KHABAR BUREAU

କଟକ: ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ହେବା ପରେ ସବୁ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ମହାନଦୀର ଉପନଦୀରେ ଆସିଥିବା ବନ୍ୟାଜଳ ଏବେ ମହାନଦୀରେ ପ୍ରବାହିତ ହେଉଛି। ଗତ ରାତି ୧୨ଟାରୁ ବନ୍ୟାଜଳ ମୁଣ୍ଡଳି ଅତିକ୍ରମ କରୁଛି। ଏହା ମଧ୍ୟମ ଧରଣର ବନ୍ୟା ସୃଷ୍ଚି କରିପାରେ ବୋଲି ଆଶଙ୍କା କରାଯାଉଛି।

ସୂଚନା ଅନୁସାରେ ଆଜି ସକାଳ ୬ଟା ସୁଦ୍ଧା ମୁଣ୍ଡଳିରେ ସର୍ବାଧିକ ୯ଲକ୍ଷ ୫ହଜାର ୯୪୨ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ସେହିପରି ନରାଜରେ ୫ଲକ୍ଷ ୧୭ହଜାର ୨୧୫ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି।  ତେବେ ଏହି ବନ୍ୟାରେ ବିଶେଷ କ୍ଷୟକ୍ଷତି ହେବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ଚଳିତ ବନ୍ୟାରେ ପ୍ରାୟ ୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ୫୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ସ୍ଥିତି ମୁକାବିଲା ପାଇଁ ୧୫ ଓଡ୍ରାଫ, ୩ NDRF  ଟିମ୍ ଏବଂ ଅଗ୍ନିଶମ ବାହିନୀକୁ ମୁତୟନ ରଖାଯାଇଥିବା ଏସଆରସି କହିଛନ୍ତି। ତେବେ ମହାନଦୀରେ ପ୍ରବାହିତ ବନ୍ୟାଜଳକୁ ନେଇ ଭୟଭୀତ ନ ହେବାକୁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।



from OTV Khabar. https://ift.tt/2MiLLXB
ମୁଣ୍ଡଳି ଅତିକ୍ରମ କରୁଛି ବନ୍ୟାଜଳ; ବନ୍ୟା ସୃଷ୍ଚି କରିପାରେ OTV KHABAR BUREAU ମୁଣ୍ଡଳି ଅତିକ୍ରମ କରୁଛି ବନ୍ୟାଜଳ; ବନ୍ୟା ସୃଷ୍ଚି କରିପାରେ OTV KHABAR BUREAU Reviewed by SUBHENDU BARAL on August 14, 2019 Rating: 5

No comments:

Powered by Blogger.