ଆଇଏଏସ୍ ସ୍ତରରେ ପୁଣି ଅଦଳବଦଳ : ଅସନ୍ତୁଷ୍ଟ ଗଗନ ଧଳଙ୍କୁ OFDC ଦାୟିତ୍ବ , ସଞ୍ଜିବ ଚୋପ୍ରା ହେଲେ ଗୃହ ସଚିବ

ଭୁବନେଶ୍ବର ୧୮/୮: ଶେଷରେ ବରିଷ୍ଠ ଆଇଏଏସ  ଅଫିସର ଗଗନ ଧଳଙ୍କୁ ବୁଝାଇ ଦେଇଛନ୍ତି ସରକାର । ମୁଖ୍ୟଶାସନ ସଚିବ ପଦରେ  ଅସିତ ତ୍ରିପାଠୀଙ୍କୁ ବସାଯିବା ପରେ ତାଙ୍କ ଉପର ବ୍ୟାଚର ଗଗନ ଧଳ ଚାକିରୀରୁ ଇସ୍ତଫା ଦେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଅନୁମତି ମାଗିଥିଲେ । ଏବେ ସରକାର ଆଇଏଏସ ସ୍ତରରେ ଉଚ୍ଚସ୍ତରୀୟ ଅଦଳବଦଳ କରି  ସନ୍ତୁଷ୍ଟ କରିବାକୁ ଉଦ୍ୟମ କରିଛନ୍ତି ।

ବରିଷ୍ଠ ଆଇଏଏସଙ୍କୁ ମନେଇବାକୁ ଉଦ୍ୟମ କଲେ ସରକାର । ଗଗନ ଧଳଙ୍କ ଇସ୍ତଫାକୁ ଗ୍ରହଣ ନକରି ସନ୍ତୁଷ୍ଟ କରିବାକୁ ଉଦ୍ୟମ କରିଛନ୍ତି । ଅସନ୍ତୁଷ୍ଟ ଗଗନ ଧଳଙ୍କୁ ଓଏଫଡିସି ଅଧ୍ୟକ୍ଷ ଦାୟୀତ୍ବ ଦେବା ସହ ସେହି ପଦକୁ ମୁଖ୍ୟ ଶାସନ ସଚିବ ପଦ ସହ ସମାନ କରିଛନ୍ତି ସରକାର। ସେହିଭଳି ପ୍ରଦୀପ୍ତ ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିଶନର ଦାୟୀତ୍ବ ସହ ଗଣ ଶିକ୍ଷା ବିଭଗର ପ୍ରମୁଖ ଶାସନ ସଚିବ ଭାବେ ବସାଇଛନ୍ତି । ଉନ୍ନୟନ କମିଶନ ଭାବେ ସୁରେଶ ମହାପାତ୍ରଙ୍କୁ ଦାୟୀତ୍ବ ଦିଆଯାଇଛି । ତା ସହିତ ଯୋଜନା ସଂଯୋଜନା ବିଭାଗର ସଚିବ ଭାବେ ଦାୟିତ୍ବ ତୁଲାଇବେ ।

ତାହା ସେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟକରିବେ । ସୁଦର୍ଶନ ପାଲ ଠାକୁର ଗୋପବନ୍ଧୂ ଏକାଡେମୀର ଡିଜି ଦାୟୀତ୍ବ ସହ କେବିକେ ଓ କୋରାପୁଟ ମୁଖ୍ୟପ୍ରଶାସକ ଦାୟିତ୍ବ ତୁଲାଇବେ। ସଞ୍ଜିବ ଚୋପ୍ରାଙ୍କୁ ଗୁରୁତ୍ବପୂର୍ଣ୍ଣ ଗୃହ ସଚିବ ଦାୟୀତ୍ବ ମିଳିଛି । ତାସହ ସେ ଶିଳ୍ପ ବିଭାଗ ଦାୟୀତ୍ବରେ ରହିବେ।

ଗ୍ରାମ୍ୟଉନ୍ନୟନ ସଚିବ ଥିବା ମୋନା ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ଦାୟୀତ୍ବ ମିଳିଛି। ଆଇଆରଏସ ମନୋଜ ମିଶ୍ରଙ୍କୁ ପରିବହନ ବିଭାଗର ସ୍ବତନ୍ତ୍ର ସଚିବ ସହ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଅତିରିକ୍ତ ଦାୟୀତ୍ବ ମିଳିଛି। ଏହା ସହିତ ଆଇଟିଏସ ରୁଦ୍ରନାରାୟଣ ପଲାଇଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ବିଭାଗର ସ୍ବତନ୍ତ୍ର ସଚିବ ଦାୟୀତ୍ବ ଦିଆଯାଇଛି।



from Prameya News7 https://ift.tt/2MoBuJs
ଆଇଏଏସ୍ ସ୍ତରରେ ପୁଣି ଅଦଳବଦଳ : ଅସନ୍ତୁଷ୍ଟ ଗଗନ ଧଳଙ୍କୁ OFDC ଦାୟିତ୍ବ , ସଞ୍ଜିବ ଚୋପ୍ରା ହେଲେ ଗୃହ ସଚିବ ଆଇଏଏସ୍ ସ୍ତରରେ ପୁଣି ଅଦଳବଦଳ : ଅସନ୍ତୁଷ୍ଟ ଗଗନ ଧଳଙ୍କୁ OFDC ଦାୟିତ୍ବ , ସଞ୍ଜିବ ଚୋପ୍ରା ହେଲେ ଗୃହ ସଚିବ Reviewed by SUBHENDU BARAL on August 17, 2019 Rating: 5

No comments:

Powered by Blogger.