ଶ୍ରୀନଗର: ଶୁକ୍ରବାର ଜମ୍ମୁ କାଶ୍ମୀରର ଦୁଇ କଂଗ୍ରେସ ନେତା ଗିରଫ ହୋଇଛନ୍ତି। କଂଗ୍ରେସ ମୁଖପାତ୍ର ରବୀନ୍ଦ୍ର ଶର୍ମା ପ୍ରେସ କନଫରେନ୍ସ ପାଇଁ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟକୁ ସାମ୍ୱାଦିକଙ୍କୁ ନିମନ୍ତ୍ରଣ କରିଥିଲେ। ପୁଲିସ ଏବାବଦରେ ଖବର ପାଇବା ପରେ ରବୀନ୍ଦ୍ର ଶର୍ମାଙ୍କୁ ଗିରଫ କରିଛି। ଏଥିସହ ପ୍ରଦେଶ କଂଗ୍ରେସ ସଭାପତି ଗୁଲାମ ମୀର ରାଜ୍ୟ କାର୍ଯାଳୟକୁ ଆସୁଥିବା ବେଳେ ତାଙ୍କୁ ପୁଲିସ୍ ଗିରଫ କରିଛି।
ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏ ନେଇ ଟୁଇଟ୍ କରି କେନ୍ଦ୍ର ସରକାରଙ୍କ ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି। କେବେ ସରକାରଙ୍କ ପାଗଳାମି ଠିକ୍ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଏପରି କାର୍ଯ୍ୟ ଗଣତନ୍ତ୍ରକୁ ତଳକୁ ନେଇଯାଉଛି ବୋଲି ସେ କହିଛନ୍ତି। କଂଗ୍ରେସ ପକ୍ଷରୁ ମଧ୍ୟ ଟୁଇଟ କରାଯାଇ ମୋଦି ସରକାରର ଏପରି କାର୍ଯ୍ୟକଳାପକୁ ବିରୋଧ କରାଯାଇଛି।
I strongly condemn the arrest of our J&K PCC Chief, Shri Ghulam Ahmed Mir & spokesperson, Shri Ravinder Sharma in Jammu today. With this unprovoked action against a national political party, the Govt has delivered democracy another body blow. When will this madness end? https://t.co/1z3e7qHCDE
— Rahul Gandhi (@RahulGandhi) August 16, 2019
from OTV Khabar. https://ift.tt/2TFQPGu
No comments: