ଧାରା ୩୭୦ ଯଦି ଏତେ ଗୁରୁତ୍ୱପୂର୍ଣ୍ଣ, ଆଜିଯାଏ ଅସ୍ଥାୟୀ ଭାବେ କାହିଁକି ରଖାଯାଇଥିଲା-ପ୍ରଧାନମନ୍ତ୍ରୀ Minati Mishra

ନୂଆଦିଲ୍ଲୀ:ଦେଶ ଆଜି ପାଳୁଛି ସ୍ୱାଧୀନତା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଲାଲ୍‌କିଲ୍ଲାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍‌ବୋଧନରେ ଧାରା ୩୭୦ ଉପରେ ମତ ଦେଇ କହିଛନ୍ତି, ବିଜେପି ମେଣ୍ଟ ସରକାର କ୍ଷମତାକୁ ୨ୟ ଥର ପାଇଁ ଆସିଲା ଏବଂ କ୍ଷମତାକୁ ଆସିବାର ୧୦ ସପ୍ତାହ ମଧ୍ୟରେ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଛନ୍ତି। 

ଧାରା ୩୭୦ ଉଠିବା ପରେ ଜମ୍ମୁ-କାଶ୍ମୀର ଓ ଲଦାଖବାସୀଙ୍କ ଆଶା ଆକାଂକ୍ଷା କିପରି ପୂରଣ ହେବ ତାହା ଏବେ ସମସ୍ତଙ୍କର ଦାୟିତ୍ୱ। ଗତ ୭୦ ବର୍ଷ ଧରି ଏଠାରେ ଆତଙ୍କବାଦକୁ ପ୍ରୋତ୍ସାହନ ଦିଆଯାଉଛି। ଏଠାରେ ଥିବା ଜନଜାତିଙ୍କୁ ସେମାନଙ୍କର ଅଧିକାର ଯେ ମିଳିବା ଉଚିତ ଏକଥା ସମସ୍ତେ ଚିନ୍ତା କରିବା ଉଚିତ୍‌।

ଧାରା ୩୭୦ ଉଚ୍ଛେଦକୁ ଯେଉଁମାନେ ବିରୋଧ କରୁଛନ୍ତି ଅଭିଭାଷଣରେ ମୋଦି ସେମାନଙ୍କୁ ପ୍ରଶ୍ନ କରିଛନ୍ତି, ରାଜନୀତିକୁ ନିର୍ବାଚନ ନିକିତିରେ ତଉଲୁଥିବା ଯେଉଁ କେତେଜଣ ଲୋକ ଏହି ଧାରା ଉଚ୍ଛେଦକୁ ବିରୋଧ କରୁଛନ୍ତି, ସେମାନଙ୍କୁ ଦେଶବାସୀ ପ୍ରଶ୍ନ କରୁଛନ୍ତି, ଯଦି ଏହି ଧାରା ଏତେ ମହତ୍ୱପୂର୍ଣ୍ଣ ତେବେ ୭୦ ବର୍ଷ ଧରି ଏହାକୁ ଅସ୍ଥାୟୀ ଭାବେ କାହିଁକି ରଖାଯାଇଥିଲା ? ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି, ସେମାନେ ଜାଣିଛନ୍ତି ଯେ, ଯାହା ହୋଇଥିଲା ଠିକ୍‌ ହୋଇ ନ ଥିଲା। କିନ୍ତୁ ଏହାକୁ ସୁଧାରିବା ପାଇଁ ସେମାନଙ୍କ ପାଖରେ ସାହାସ ନ ଥିଲା।

କିନ୍ତୁ ଆମ ପାଇଁ ରାଜନୈତିକ ଭବିଷ୍ୟତ ନୁହେଁ, ଦେଶର ଭବିଷ୍ୟତ ଗୁରୁତ୍ୱପୂର୍ଣ୍ଣ।

ପ୍ରଧାନମନ୍ତ୍ରୀ ଦୃଢତାର ସହ କହିଥିଲେ ଯେ, ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରଠାରୁ ଲୋକେ ଏଣିକି ଗର୍ବର ସହ କହିପାରିବେ -ଗୋଟିଏ ଦେଶ-ଗୋଟିଏ ସମ୍ବିଧାନ। ଆଗକୁ ଗୋଟିଏ ଦେଶ-ଗୋଟିଏ ନିର୍ବାଚନ କଥା ମଧ୍ୟ ଆମେ ଆଲୋଚନା କରୁଛୁ ବୋଲି ପ୍ରଧାନମନ୍ତ୍ରୀ ସଙ୍କେତ ଦେଇଥିଲେ।

ମୋଦି ତିନି ତଲାକ ପ୍ରସଙ୍ଗକୁ ମଧ୍ୟ ନିଜ ଅଭିଭାଷଣରେ ସ୍ଥାନ ଦେଇଥିଲେ। ମୋଦି କହିଥିଲେ, ପୃଥିବୀର ଅନେକ ଦେଶରେ ଏହି ତିନ୍‌ ତଲାକ୍‌ ପ୍ରଥା ଉଠାଇ ଦେଲେଣି। ଆମେ ମଧ୍ୟ ଏହାକୁ ବେଆଇନ୍‌ କରି ଦେଇଛୁ। ଏଣିକି ମୁସ୍‌ଲିମ ସଂପ୍ରଦାୟର ଭଉଣୀମାନେ ନିର୍ଭୟରେ ରହିପାରିବେ।

 



from OTV Khabar. https://ift.tt/2YQYiZ1
ଧାରା ୩୭୦ ଯଦି ଏତେ ଗୁରୁତ୍ୱପୂର୍ଣ୍ଣ, ଆଜିଯାଏ ଅସ୍ଥାୟୀ ଭାବେ କାହିଁକି ରଖାଯାଇଥିଲା-ପ୍ରଧାନମନ୍ତ୍ରୀ Minati Mishra ଧାରା ୩୭୦ ଯଦି ଏତେ ଗୁରୁତ୍ୱପୂର୍ଣ୍ଣ, ଆଜିଯାଏ ଅସ୍ଥାୟୀ ଭାବେ କାହିଁକି ରଖାଯାଇଥିଲା-ପ୍ରଧାନମନ୍ତ୍ରୀ Minati Mishra Reviewed by SUBHENDU BARAL on August 14, 2019 Rating: 5

No comments:

Powered by Blogger.