କନକ ବ୍ୟୁରୋ : ଡିପ୍ ଡିପ୍ରେସନର ରୂପ ନେଇଛି ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟରେ ଆଜି ମଧ୍ୟ ବର୍ଷା ହେବ । ତେବେ ମାଲକାନଗିରିରେ ଆଜି ସୁଧୁରୁଛି ବନ୍ୟା ସ୍ଥିତି । ପୋଟେରୁ ଓ ପାଙ୍ଗାମା ପୋଲ ଉପରେ ଏବେ ବି ୨ ଫୁଟରେ ପାଣି ଚାଲୁଛି । ଏହାର ପ୍ରଭାବରେ ମାଲକାନଗିରି ଓ ଜୟପୁର ମଧ୍ୟରେ ଯାତାୟତ ଠପ୍ ହୋଇଛି । ସେହିପରି ଝାପରା ପୋଲ ଉପରେ ଚାଲୁଛି ୩ ଫୁଟରେ ପାଣି । ଫଳରେ ମାଲକାନଗିରି – ଛତିଶଗଡ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ବନ୍ୟାକୁ ନେଇ ମାଲକାନଗିରିରେ ଆଜି ଶିକ୍ଷାନୁଷ୍ଠାନ ସବୁ ବନ୍ଦ ଘୋଷଣା କରିଛି ପ୍ରଶାସନ । ବର୍ଷାକୁ ନେଇ ପାଣିପାଗ ବିଭାଗର ରେଡ ୱାର୍ଣ୍ଣି ପରେ ଆଉ ଦିନକ ପାଇଁ ସ୍କୁଲ କଲେଜ ବନ୍ଦ ଘୋଷଣା କରାଯାଇଛି ।
ଜିଲ୍ଲାର ପ୍ରବେଶ ପଥ କୁହାଯାଉଥିବା ୩୨୬ ରାଞ୍ଚି-ବିଜୟଵାଡା ଜାତୀୟ ରାଜପଥ ମଧ୍ୟ ବନ୍ୟା ଜଳରେ ସଂପୂର୍ଣ୍ଣ ବୁଡ଼ି ଯାଇଛି । ମାଲକାନଗିରି-ଜୟପୁର, ମାଲକାନଗିରି-କାଲିମେଳା, ମାଲାକନଗିରି-ବାଲିମେଳା, କାଲିମେଳା-ମୋଟୁ, କାଲିମେଳା-ପଡିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଉପରୋକ୍ତ ପୋଲର ଦୁଇ ପଟେ ଶହ ଶହ ଗାଡ଼ି ଅଟକି ରହିଛି । ଯାହାଫଳରେ ଆବଶ୍ୟକ ସାମଗ୍ରୀ ଏବଂ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇ ପାରୁନି । ଅନେକ ଚାଷ ଜମିରେ ପାଣି ମାଡ଼ିଯିବା ସହ ବାଲି ଚରି ଯାଇଛି । ମାଲକାନଗିରି, ଖଇତିପୁଟ, ମାଥିଲି, କୋରୁକୋଣ୍ଡା, କାଲିମେଳା ଓ ପୋଦିଆର ୨୧୭୨ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୨୪ଟି ସ୍ଥାନରେ ରଖାଯାଇଛି ।
from Kanak News https://ift.tt/33iyCTN https://ift.tt/2Te2hZK
No comments: