ମଧ୍ୟାହ୍ନ ଭୋଜନରେ ମଲାମୂଷା ! ବିଷାକ୍ତ ଖାଦ୍ୟ ଖାଇ ୧୯ ଛାତ୍ରଛାତ୍ରୀ ଅସୁସ୍ଥ Kanak News

କନକ ବ୍ୟୁରୋ : ଭଦ୍ରକ ଜିଲ୍ଲାରେ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ନାନା ଅବ୍ୟବସ୍ଥାରେ ଚାଲିଥିବା ବେଳେ ବିଷାକ୍ତ ମଧ୍ୟାହ୍ନଭୋଜନ ଖାଇ ଅନେକ ସମୟରେ ଛାତ୍ରଛାତ୍ରୀ ଅସୁସ୍ଥ ହେଉଛନ୍ତି। ଗତକାଲି ତିହିଡ଼ି ବ୍ଲକ ଚାରିତରଫ ସ୍କୁଲରେ ମଧ୍ୟାହ୍ନଭୋଜନରେ ମଲା ମୂଷା ବାହାରିଥିବାରୁ ଅନେକ ଛାତ୍ରଛାତ୍ରୀ ଏହି ଖାଦ୍ୟ ଖାଇ ଅସୁସ୍ଥ ହୋଇ ପଡ଼ିଛନ୍ତି । ସେମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାରୁ ପ୍ରକାଶ ଯେ, ରାଜନଗର ପଞ୍ଚାୟତ ଅଧୀନ ଚାରିତରଫ ସ୍କୁଲରେ ଗତକାଲି ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଖାଇବାକୁ ଦିଆଯାଇଥିଲା । ଛାତ୍ରଛାତ୍ରୀ ଖା‌ଉଥିବା ବେଳେ ଭାତରୁ ମଲା ମୂଷାର ଖଣ୍ଡ ଖଣ୍ଡ ମାଂସ ବାହାରିଥିଲା । କିଛି ଛାତ୍ରଛାତ୍ରୀ ଖାଇ ସାରିଥିବା ବେଳେ ଆଉ କିଛି ମଲା ମୂଷା ବାହାରିବା ଜାଣି ଖାଇ ନ ଥିଲେ । ଯେଉଁମାନେ ଭାତ ଖାଇଥିଲେ ଘରକୁ ଯିବା ପ‌ରେ ସେମାନଙ୍କ ମୁଣ୍ଡ ବୁଲାଇଥିଲା । କିଛି ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ଜଣେ ପରେ ଜଣେ ଅସୁସ୍ଥ ହେବାରୁ ଆଜି ସକାଳେ ୧୯ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଥମେ ତିହିଡ଼ି ମେଡିକାଲକୁ ପ୍ରାଥମିକ ଚିକିତ୍ସା ପାଇଁ ଅଣାଯାଇଥିଲା । ତେବେ ସେମାନଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।

ଏହି ଖବର ପ୍ରଚାରିତ ହେବା ପରେ ଉପଜିଲ୍ଲାପାଳ ପୀତାମ୍ବର ସାମଲ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ଅସୁସ୍ଥ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିଥିଲେ । ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ତେବେ ଚିକିତ୍ସା ପରେ ସମସ୍ତ ଛାତ୍ରଛାତ୍ରୀ ବିପଦମୁକ୍ତ ଥିବା ଜଣାପଡ଼ିଛି ।


from Kanak News https://ift.tt/2Kr5Fxx https://ift.tt/31sQr0D
ମଧ୍ୟାହ୍ନ ଭୋଜନରେ ମଲାମୂଷା ! ବିଷାକ୍ତ ଖାଦ୍ୟ ଖାଇ ୧୯ ଛାତ୍ରଛାତ୍ରୀ ଅସୁସ୍ଥ Kanak News ମଧ୍ୟାହ୍ନ ଭୋଜନରେ ମଲାମୂଷା ! ବିଷାକ୍ତ ଖାଦ୍ୟ ଖାଇ ୧୯ ଛାତ୍ରଛାତ୍ରୀ ଅସୁସ୍ଥ Kanak News Reviewed by SUBHENDU BARAL on August 09, 2019 Rating: 5

No comments:

Powered by Blogger.