କନକ ବ୍ୟୁରୋ: ଚନ୍ଦ୍ରର ନିକଟତର ହୋଇଛି ଚନ୍ଦ୍ରଯାନ-୨ । ଆଉ ଏକ ସଫଳତାର ସିଡି ଚଢିଛି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର – ଇସ୍ରୋ । ଶୁକ୍ରବାର ସଂଧ୍ୟା ୬ଟା ୧୮ ମିନିଟରେ ଚନ୍ଦ୍ରଯାନ-୨ ଚନ୍ଦ୍ରର ଚତୁର୍ଥ କକ୍ଷରେ ଅବସ୍ଥାପିତ ହୋଇଛି । ଏହି ସୂଚନା ଦେଇଛି ଇସ୍ରୋ । ଏଥିପାଇଁ ଚନ୍ଦ୍ରଯାନରେ ଲାଗିଥିବା ଇଂଜିନକୁ ମାତ୍ର ୧୯ ମିନିଟ ୨୦ ସେକେଣ୍ଡ ପାଇଁ ଚଲାଯାଇଥିଲା । ଫଳରେ ମହାକାଶଯାନଟି ନୂଆ କକ୍ଷପଥରେ ପହଂଚିଲା । ଏହି କକ୍ଷ ପଥରେ ଚନ୍ଦ୍ରଯାନ-୨ ଚନ୍ଦ୍ରଠାରୁ ନିକଟତମ ଅବସ୍ଥାରେ ୧୨୪ କିଲୋମିଟର ଏବଂ ଦୂରତମ ଅବସ୍ଥାରେ ଏହା ୧୬୪ କିଲୋମିଟର ଦୂରରେ ରହିବ ।
#ISRO
Fourth Lunar bound orbit maneuver for Chandrayaan-2 spacecraft was performed successfully today (August 30, 2019) at 1818 hrs IST.For details please visit https://t.co/s4I7OIOF5R pic.twitter.com/ld4wbTMuBq
— ISRO (@isro) August 30, 2019
ଅଗଷ୍ଟ ୨୧, ୨୮, ୩୦ ତାରିଖରେ ପର୍ଯ୍ୟାୟ କ୍ରମେ ତିନିଟି କକ୍ଷପଥରେ ଅବସ୍ଥାପିତ ହୋଇଥିଲା । ଆସନ୍ତାକାଲି ସଂଧ୍ୟା ୬ଟାରୁ ୭ଟା ସମୟରେ ଚନ୍ଦ୍ରଯାନ-୨ ପରବର୍ତୀ ତଥା ଶେଷ କକ୍ଷ ପଥରେ ଅବସ୍ଥାପିତ ହେବ ବୋଲି ସୂଚନା ଦେଇଛି ଇସ୍ରୋ । ଏହା ପରେ ୨ ତାରିଖରେ ଚନ୍ଦ୍ରଯାନ-୨ରୁ ଅଲଗା ହେବ ଲାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ । ଲାଣ୍ଡର ରୋଭର ସହ ଚନ୍ଦ୍ର ଆଡକୁ ଖସିବା ଆରମ୍ଭ କରିବ । ୩ ତାରିଖରେ ବିକ୍ରମ ଲାଣ୍ଡରର ଅବସ୍ଥା ଯାଂଚ କରାଯିବ ।
୩୦ ସେକେଣ୍ଡ ପାଇଁ ଏହାର ଇଂଜିନ ଚାଲୁ କରାଯିବ ଏବଂ କକ୍ଷରେ ସାମାନ୍ୟ ପରିବର୍ତ୍ତନ କରାଯିବ । ଏହାପର ୪ ତାରିଖରେ ଚନ୍ଦ୍ରର ସବୁଠୁ ନିକଟ ଅବସ୍ଥାକୁ ଆସିବ ଲାଣ୍ଡର । ଶେଷରେ ୭ ତାରିଖରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହି ଦିନ ଚନ୍ଦ୍ର ମାଟି ଛୁଇଁବ ଲାଣ୍ଡର ବିକ୍ରମ । ଏହାର ୨ ଘଂଟା ପରେ ରୋଭର ପ୍ରଜ୍ଞାନ ଲାଣ୍ଡରରୁ ବାହାରି ଚନ୍ଦ୍ର ପୃଷ୍ଠରେ ଗତି କରିବ ।
from Kanak News https://ift.tt/2ZAxMTw https://ift.tt/30I6bNn
No comments: