ସାମ୍ନାକୁ ଆସିଲା ଲାଲବାଗ୍ ରାଜାଙ୍କ ପ୍ରଥମ ଫଟୋ ! ଚନ୍ଦ୍ରଯାନ-୨ ଥିମ୍ ରେ ପ୍ରସ୍ତୁତ ହୋଇଛି ମୁମ୍ବାଇର ବିଶାଳକାୟ ବିନାୟକ ମୂର୍ତ୍ତୀ । Kanak News
ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା ଧରାପୃଷ୍ଠକୁ ଆଗମନ କରିବେ ଗୌରୀନନ୍ଦନ । ଗଜାନନଙ୍କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ଗାଁ ଏବଂ ସହରର ପେଣ୍ଡାଲ ମାନଙ୍କରେ ଜୋରସୋରରେ ଚାଲିଲାଣି ସଜବାଜ । ତେବେ ଗଣେଷ ପୁଜା ପାଇଁ ପ୍ରସିଦ୍ଧ ମୁମ୍ବାଇ ସହର ଏବେ ଖୁବ୍ ଚର୍ଚ୍ଚାରେ ରହିଛି । ସାରା ବିଶ୍ୱରେ ପ୍ରସିଦ୍ଧ ମୁମ୍ବାଇର ଲାଲବାଗ୍ ରାଜାଙ୍କ ପ୍ରଥମ ଛବି ସାମ୍ନାକୁ ଆସିଯାଇଛି ।
ପ୍ରତିଥର ଭଳି ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଶ୍ୱର ବିଶାଳକାୟ ଗଣେଷ ମୂର୍ତ୍ତୀ ଲାଲବାଗ୍ ରାଜାଙ୍କ ଭବ୍ୟ ସ୍ୱାଗତକୁ ଏଥର ମଧ୍ୟ ମୁମ୍ବାଇବାସୀ ବଳବତ୍ତର ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଚଳିତବର୍ଷ ବିଶାଳ ବିନାୟକଙ୍କ ଚାରିପଟେ ଅନ୍ତରୀକ୍ଷ ଯାତ୍ରୀ ବୁଲୁଥିବା ନଜର ଆସିବେ । ଚନ୍ଦ୍ରଯାନ-୨ କୁ ଆଖିଆଗରେ ରଖି ଏଭଳି ଥିମ୍ ରେ ମୂର୍ତ୍ତୀ ପ୍ରସ୍ତୁତ ହୋଇଥିବା କଥା କୁହାଯାଉଛି । ଲାଲବାଗ୍ ରାଜାଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଲୋକ ଆସୁଥିବାରୁ ଶ୍ରୀଗଣେଶଙ୍କ ପ୍ରତିମାକୁ ବିଶାଳକାୟ ପ୍ରସ୍ତୁତ କରାଯାଇଥାଏ ଯେଭଳି ଦୂରରୁ ରହି ମଧ୍ୟ ଶ୍ରଦ୍ଧାଳୁ ଗଣପତୀଙ୍କ ଦର୍ଶନ କରିପାରିବେ ।
from Kanak News https://ift.tt/32hSi8U https://ift.tt/2ZJPBex
No comments: