ରାଜଧାନୀରେ ମାତିଛନ୍ତି ମ୍ୟାଜିକ ବାବା! ବିଭୁତି ଫୋପାଡି କରିଦେଉଛନ୍ତି ବେହୋସ୍, ସୁଯୋଗ ଦେଖି ଲୁଟି ନେଉଥିଲେ ସୁନା ଆଉ ଟଙ୍କା Kanak News

କନକ ବ୍ୟୁରୋ: ବାବା ବେଶରେ ଆସୁଥିଲେ, ମିଠା ମିଠା କହି ଲୋକକୁ ବଶିଭୂତ କରୁଥିଲେ । ଲୋକଙ୍କ ଶୁଭ ମନାଶିବା ବାହାନାରେ ବିଭୁତି ଫୋପାଡ଼ି ବେହୋସ୍ କରୁଥିଲେ । ଆଉ ସୁବିଧା ସୁଯୋଗ ଦେଖି ଲୁଟି ନେଉଥିଲେ ସୁନା ଓ ଟଙ୍କା । ଏଭଳି ଏକ ସାଂଘାତିକ୍ ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ୱରରୁ । ଆଉ ଏହି ବହୂରୂପୀ ବାବାଙ୍କ ଗତିବିଧି ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ମାତିଛି ମ୍ୟାଜିକ ବାବା । ବିଭୁତି ଫୋପାଡୁଛି, ବେହୋସ କରୁଛି । ଲୁଟି ନେଉଛି ସୁନା ଆଉ ଟଙ୍କା । ଦେଖିବାକୁ ବେଶ ନିରିହ, ହେଲେ କାଣ୍ଡ କାରନାମା ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ । ଟିକିଏ ଭଲ କରି ଦେଖନ୍ତୁ ଏହି ବାବାକୁ । ପିନ୍ଧିଛି କଳା ରଙ୍ଗର ମଠା, ହାତରେ ବାଡି ଆଉ କାନ୍ଧରେ ଝୁଲା । ଏ ହେଉଛି ବାବା ବେଶରେ ଜଣେ ଲୁଟେରା । ବାବା ବେଶରେ ଆସି ରାଜଧାନୀର ଚନ୍ଦ୍ରଶେଖରପୁରରେ ରହୁଥିବା ଜଣେ ଓକିଲଙ୍କୁ ଚୁନା ଲଗାଇଛି ଏହି ମ୍ୟାଜିକ ବାବା ଗ୍ୟାଙ୍ଗ । ପ୍ରଥମେ ଏହି ବାବା ବେଶୀ ଲୁଟେରା ଘରକୁ ପ୍ରବେଶ କରୁଥିବାର ସିସିଟିଭି ଚିତ୍ର । ଘର ଭିତରେ ପ୍ରବେଶ କରିବା ପରେ, ଓକିଲଙ୍କ ପାଖରେ ଥିବା କିଛି ଟଙ୍କାକୁ ବିଭୁତିରେ ପରିଣତ କରି ଦେଇଥିଲା । ଆଉ ତାପରେ, ସିସିଟିଭି ଫୁଟେଜରେ ଦେଖାଯାଉଥିବା ୨ନମ୍ବର ବାବା ଘର ଭିତରକୁ ଏଂଟ୍ରି କରିଥିଲା । ୨ଜଣ ବାବା ବେଶୀ ଲୁଟେରା ଓକିଲଙ୍କ ଓପରକୁ ବିଭୁତି ଫୋପାଡି ବେହୋସ କରିବା ପରେ, ତାଙ୍କର ସୁନା ଗହଣା ସହ ୩୪ ହଜାର ଟଙ୍କା ଲୁଟି ନେଇ ଚମ୍ପଟ ମାରିଛନ୍ତି ।

ଲୁଟର ଶୀକାର ହୋଇଥିବା ଓକିଲଙ୍କ କହିବାନୁସାରେ, ବାବା ଜଣକ ବିଭୁତି ଫୋପାଡିବାରୁ ସେ ବେହୋସ ହୋଇଯାଇଥିଲେ । ଏହି ମ୍ୟାଜିକ ବାବା ମାନେ ହିନ୍ଦି ଭାଷାରେ କଥା ବାର୍ତା କରୁଥିଲେ । ହେଲେ କିଛି ବୁଝିବା ଆଗରୁ ଶୁନ୍ୟରୁ ବିଭୁତି ଆଣି ଓକିଲଙ୍କ ମୁଣ୍ଡରେ ମାରିଥିଲେ । ମୁଣ୍ଡରେ ବିଭୁତି ଲାଗିବା କ୍ଷଣି କିଛି ବୁଝି ପାରି ନଥିଲେ ଓକିଲ ଜଣକ । ମାତ୍ର କିଛି ସମୟ ଭିତରେ କଳାକନା ବୁଲାଇବାରେ ସକ୍ଷମ ହୋଇଛି ଏହି ଠକ ମ୍ୟାଜିକ ବାବା ।

ତେବେ ଏହି ବାବା ଗ୍ୟାଙ୍ଗ ରାଜଧାନୀରେ ମାତିଥିବା ବେଳେ, ଏକାଧିକ ଲୋକଙ୍କୁ କଳାକନା ବୁଲାଇ ଫେରାର ହୋଇଥିବା ନେଇ ମାଳମାଳ ଅଭିଯୋଗ ଆସିଛି । ଏବେ ଏହି ମୋଷ୍ଟ ୱାଂଟେଡ ମ୍ୟାଜିକ ବାବାକୁ ଖୋଜୁଛି କମିଶନରେଟ ପୁଲିସ ।



from Kanak News https://ift.tt/2T6l4Gp https://ift.tt/2YymlvX
ରାଜଧାନୀରେ ମାତିଛନ୍ତି ମ୍ୟାଜିକ ବାବା! ବିଭୁତି ଫୋପାଡି କରିଦେଉଛନ୍ତି ବେହୋସ୍, ସୁଯୋଗ ଦେଖି ଲୁଟି ନେଉଥିଲେ ସୁନା ଆଉ ଟଙ୍କା Kanak News ରାଜଧାନୀରେ ମାତିଛନ୍ତି ମ୍ୟାଜିକ ବାବା! ବିଭୁତି ଫୋପାଡି କରିଦେଉଛନ୍ତି ବେହୋସ୍, ସୁଯୋଗ ଦେଖି ଲୁଟି ନେଉଥିଲେ ସୁନା ଆଉ ଟଙ୍କା Kanak News Reviewed by SUBHENDU BARAL on August 05, 2019 Rating: 5

No comments:

Powered by Blogger.