କମିଲା ବର୍ଷା, ସାମାନ୍ୟ ସୁଧୁରିଲା ବଲାଙ୍ଗୀରର ପରିସ୍ଥିତି। ଏବେବି ଅନେକ ଅଞ୍ଚଳରେ ଜଳବନ୍ଦୀ ଅବସ୍ଥା। ବିଦ୍ୟୁତ,ପାଣି ନଥିବାରୁ ବଢୁଛି ଲୋକଙ୍କ ଦୁର୍ଦ୍ଦଶା Kanak News

କନକ ବ୍ୟୁରୋ: ବଲାଙ୍ଗୀର ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର । କିଛି ଅଞ୍ଚଳରେ ପାଣି କମିଛି । ହେଲେ ପୁରା ପାଣି ଛାଡି ନାହିଁ । ଏବେ ବି ଲୋକେ ଜଳବନ୍ଦୀ ଜୀବନ କାଟୁଛନ୍ତି । ଗତକାଲି ସହର ଭିତର ଦେଇ ଯାଇଥିବା ଲକ୍ଷ୍ମୀଜୋର ଉଛୁଳିବାରୁ ଜଳବନ୍ଦୀ ପାଲଟି ଯାଇଥିଲେ ସହରବାସୀ । ବଲାଙ୍ଗୀରର ଏଭଳି କୌଣସି ଗଳି କିମ୍ବା ସାହି ନାହିଁ, ଯାହା ବନ୍ୟା ଦ୍ୱାରା ପ୍ରଭାବିତ ହୋଇନି । ବର୍ତ୍ତମାନ ଘରଛାଡ଼ି ଲୋକମାନେ ବିଭିନ୍ନ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଆଶ୍ରା ନେଇଛନ୍ତି ।

ବର୍ଷା ଓ ବନ୍ୟା ସ୍ଥିତି ଯୋଗୁଁ ଯୋଗାଯୋଗ ପ୍ରଭାବିତ ହୋଇଛି , ବିଜୁଳି ସେବା ବନ୍ଦ ରହିଛି । ସହରର ପ୍ରାୟ ୯୦ ପ୍ରତିଶତ ଅଂଚଳ ଜଳମଗ୍ନ ହୋଇଯାଇଥିବା ବେଳେ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବିଶେଷ କରି ତଳିଆ ଅଂଚଳର ଲୋକମାନଙ୍କୁ ଉଦ୍ଧାର କରିବା କାମରେ ଓଡ୍ରାଫ ଟିମ ଲାଗିପଡିଥିବା ବେଳେ ଜିଲ୍ଲାପାଳ ସ୍ଥିତି ତଦାରଖ କରୁଛନ୍ତି । ତେବେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।



from Kanak News https://ift.tt/2Z2ChBY https://ift.tt/2Te2hZK
କମିଲା ବର୍ଷା, ସାମାନ୍ୟ ସୁଧୁରିଲା ବଲାଙ୍ଗୀରର ପରିସ୍ଥିତି। ଏବେବି ଅନେକ ଅଞ୍ଚଳରେ ଜଳବନ୍ଦୀ ଅବସ୍ଥା। ବିଦ୍ୟୁତ,ପାଣି ନଥିବାରୁ ବଢୁଛି ଲୋକଙ୍କ ଦୁର୍ଦ୍ଦଶା Kanak News କମିଲା ବର୍ଷା, ସାମାନ୍ୟ ସୁଧୁରିଲା ବଲାଙ୍ଗୀରର ପରିସ୍ଥିତି। ଏବେବି ଅନେକ ଅଞ୍ଚଳରେ ଜଳବନ୍ଦୀ ଅବସ୍ଥା। ବିଦ୍ୟୁତ,ପାଣି ନଥିବାରୁ ବଢୁଛି ଲୋକଙ୍କ ଦୁର୍ଦ୍ଦଶା Kanak News Reviewed by SUBHENDU BARAL on August 13, 2019 Rating: 5

No comments:

Powered by Blogger.