ଭାରତରେ ବିଲୁପ୍ତପ୍ରାୟ ୧୯୭ ଭାଷା : ଆଞ୍ଚଳିକ ଭାଷା ପ୍ରତି ଲୋକଙ୍କ ମମତା ନାହିଁ  Kanak News

କନକ ବ୍ୟୁରୋ : ଭାଷା ସଂସ୍କୃତିର ମହତ୍ୱପୂର୍ଣ୍ଣ ଅଙ୍ଗ । ଭାଷା ଦ୍ୱାରା ଭାବର ଆଦାନପ୍ରଦାନ ସହଜ ହୋଇଥାଏ । ଭାଷା ଯୋଗାଯୋଗର ସର୍ବୋକ୍ରୃଷ୍ଟ ମାଧ୍ୟମ ହେଲା । ହେଲେ ବର୍ତ୍ତମାନର ଆଧୁନିକ ଦୁନିଆରେ କିଛି ନିର୍ଦ୍ଦିଷ୍ଟ ଭାଷା ଯୋଗୁଁ ଅନେକ ଆଞ୍ଚଳିକ ଭାଷା ହଜିଯିବାକୁ ବସିଲାଣି । ମାତୃଭାଷା ପ୍ରତି ଲୋକଙ୍କ ମମତା ନାହିଁ ।

ଗତକାଲି ଦେଶୀ ଭାଷାର ଅନ୍ତର୍ଜାତୀୟ ଦିବସ ପାଳନ ହୋଇଛି । ଅନ୍ତର୍ଜାତୀୟ ସ୍ତରରେ ବିଲୁପ୍ତ ପ୍ରାୟ ଭାଷାକୁ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ ହେଉଛି ।  ସାରା ବିଶ୍ୱରେ ପାଖାପାଖି ୭୦୦୦ ଭାଷା ପ୍ରଚଳିତ । ଭାରତରେ ବର୍ତ୍ତମାନ ସୁଦ୍ଧା ୪୫୦ ଭାଷାର ବ୍ୟବହାର ହେଉଛି । ଆମ ଦେଶ ସମୃଦ୍ଧ ଭାଷା ପାଇଁ ଗୌରବ ଅର୍ଜନ କରିଛି । କିନ୍ତୁ ଚିନ୍ତାର ବିଷୟ ହେଲା ଦିନକୁ ଦିନ ଅନେକ ଭାଷା ବିଲୁପ୍ତପ୍ରାୟ । ଆମ ଦେଶରେ ୧୦ ଭାଷା ଏପରି ଅଛି ଯାହାକୁ ମାତ୍ର ୧୦୦ ଜଣ ଲୋକେ ଜାଣିଛନ୍ତି ।

ଅନ୍ୟପଟେ ୮୧ ଭାରତୀୟ ଭାଷାର ସ୍ଥିତି ଭଲ ରହିଛି । ମଣିପୁରୀ, ଗଢ଼ବାଲୀ, ଲଦ୍ଦାଖୀ, ମିଜୋ, ଶିରପା, ସିପି ଆଦି ଏଥିରେ ସାମିଲ ରହିଛି । ସୂଚନା ଅନୁସାରେ ଭାରତର ୧୯୭ ଭାଷା ଅସୁରକ୍ଷିତ ତଥା ବିଲୁପ୍ତ ପ୍ରାୟ । ଓହୋମ, ଏଣ୍ଡ୍ରୋ, ରଙ୍ଗକାଶ, ସେଙ୍ଗମଇଁ, ତୋଲଚା, ଓ ଅନ୍ୟ କିଛି ଭାଷା ଲୋପ ପାଇବାକୁ ବସିଲାଣି ।



from Kanak News https://ift.tt/2KElyQc https://ift.tt/2GYA7Nf
ଭାରତରେ ବିଲୁପ୍ତପ୍ରାୟ ୧୯୭ ଭାଷା : ଆଞ୍ଚଳିକ ଭାଷା ପ୍ରତି ଲୋକଙ୍କ ମମତା ନାହିଁ  Kanak News ଭାରତରେ ବିଲୁପ୍ତପ୍ରାୟ ୧୯୭ ଭାଷା : ଆଞ୍ଚଳିକ ଭାଷା ପ୍ରତି ଲୋକଙ୍କ ମମତା ନାହିଁ  Kanak News Reviewed by SUBHENDU BARAL on August 09, 2019 Rating: 5

No comments:

Powered by Blogger.