
କନକ ବ୍ୟୁରୋ : ପବିତ୍ର ବରୀର ସଂଗ୍ରାମୀ ମାଟିରେ ଲାଗିଛି ଲଜ୍ଜାର ଛିଟା। ଜଣେ ୯ ବର୍ଷର ନାବାଳିକାକୁ ଚକୋଲେଟ୍ ଦେବା ବାହାନାରେ ଘରକୁ ଡାକି ନେଇ ଦୁଷ୍କର୍ମ କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ୍ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି ଡାକ୍ତରୀ ମାଇନା କରାଇଛି। ଗୁରୁତର ଅବସ୍ଥାରେ ପୀଡ଼ିତା ନାବାଳିକା ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛି। ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ଥାନା ରତ୍ନଗିରି ଅଞ୍ଚଳରେ।
ପୀଡ଼ିତା ଚତୁର୍ଥ ଶ୍ରେଣୀରେ ପାଠ ପଢୁଛନ୍ତି। ଧୂଳିଖେଳ ଛାଡ଼ିନି। ନାବାଳିକା ଜଣକ ଦାଣ୍ତରେ ଖେଳୁଥିବା ବେଳେ ପଡ଼ୋଶୀ ଦାମୋଦର ଦାସ (୪୮) ଚକୋଲେଟ ଦେବା ବାହାନାରେ ଘରକୁ ଡାକିଥିଲା। ନାବାଳିକା ଖୁସିରେ ତାଙ୍କ ସହ ଘରକୁ ଯାଇଥିଲେ। ମାତ୍ର କାମାନ୍ଧ ଦାମୋଦର ନିରୋଳାର ସୁଯୋଗ ନେଇ ଦୁଷ୍କର୍ମ କରିଥିଲେ। ସଂଜ ନଇଁ ରାତି ହେବାରୁ ମା’ ପାଠ ପଢ଼ିବା ପାଇଁ ଖୋଜାଖୋଜି କରିଥିଲେ। ବହୁ ଖୋଜାଖୋଜି କରିବା ପରେ ପଡ଼ିଶା ଘରେ ଠାବ କରିଥିଲେ। ସେତେବେଳକୁ ସବୁ ସରିଯାଇଥିଲା। ସଂପୃକ୍ତ ନାବାଳିକା ନରପିଶାଚର ଖଟଉପରେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ଅଚେତ ଅବସ୍ଥାରେ ପଡିଥିଲା। ଏହା ଦେଖିବା ପରେ ମା’ର ହୋସ୍ ଉଡ଼ିଯାଇଥିଲା। ନାବାଳିକାକୁ ଉଦ୍ଧାର କରିବା ସହିତ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ପୁଲିସ୍ ଅଭିଯୋଗ ଭିତ୍ତିରେ ଦୁଷ୍କର୍ମକାରୀଙ୍କୁ ଘରୁ ଉଠେଇ ନେଇ ତଦନ୍ତ ଆରମ୍ଭ କରିଛି। ନାବାଳିକାର ଅବସ୍ଥା ଗୁରୁତର ଥିବାରୁ ତାକୁ ପ୍ରଥମେ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
from Kanak News https://ift.tt/31FNHgo https://ift.tt/2MiRixF
ପୁଣି ପଦାକୁ ଆସିଲା ଦୁଷ୍କର୍ମ ମାମଲା ! ୯ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ, ପୀଡିତା ଗୁରୁତର Kanak News
Reviewed by SUBHENDU BARAL
on
August 16, 2019
Rating:
No comments: