ସୁଷମାଙ୍କ ଅକାଳ ବିୟୋଗରେ ସାରାଦେଶ ସ୍ତବ୍ଧ : ଆଜି ଅପରାହ୍ନରେ ରାଜକୀୟ ସମ୍ମାନ ସହ ହେବ ଅନ୍ତିମ ସଂସ୍କାର Kanak News

କନକ ବ୍ୟୁରୋ : ସୁଷମାଙ୍କୁ ଝୁରୁଛି ସାରା ଦେଶ । ଜଣେ ସୁଯୋଗ୍ୟ ନେତ୍ରୀଙ୍କୁ ହରାଇଲା ସାରା ଦେଶ । ପରଲୋକରେ ଭାରତର ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜ । ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପାର୍ଥିକ ଶରୀର ଆଜି ବିଜେପି ମୁଖ୍ୟାଳୟରେ ୩ ଘଂଟା ପାଇଁ ରଖାଯିବ । ପାର୍ଟିର କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ଆଜି ଅପରାହ୍ନରେ ଲୋଧି ରୋଡ଼୍ ସ୍ଥିତ ଶବଦାହ ଗୃହରେ ରାଜକୀୟ ସମ୍ମାନ ସହ ସୁଷମାଙ୍କ ଅନ୍ତିମ ସଂସ୍କାର କରାଯିବ ।

ମଙ୍ଗଳବାର ରାତିରେ ଦିଲ୍ଲୀ ଏମ୍ସରେ ହୃଦଘାତରେ ସେ ଆଖି ବୁଜିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସୁଷମାଙ୍କ ଏପରି ହଠାତ୍ ବିୟୋଗ ଖବର ସାରା ଦେଶକୁ ସ୍ତବ୍ଧ କରିଦେଇଛି । ମଙ୍ଗଳବାର ରାତିରେ ତାଙ୍କର ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତି କରାଯାଇଥିଲା । ପ୍ରଥମେ ଖବର ଆସିଥିଲା ସୁଷମାଙ୍କ ଅବସ୍ଥା ଗୁରୁତର ରହିଛି । ଖବର ପାଇଁ ବରିଷ୍ଠ ବିଜେପି ନେତା ନୀତିନ୍ ଗଡକରୀ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ପହଁଚିଥିଲେ । ତେବେ ଡାକ୍ତରଙ୍କ ସମସ୍ତ ଉଦ୍ୟମ ଫେଲ୍ ମାରିଥିଲା । ସୁଷମାଙ୍କ ପରଲୋକ ଖବର ପ୍ରସାରିତ ହେବା ମାତ୍ରେ ଦିଲ୍ଲୀ ଏମ୍ସକୁ ଛୁଟିଥିଲା ନେତା ଓ କର୍ମୀଙ୍କ ସୁଅ । ରାତିରେ ଦିଲ୍ଲୀ ଏମ୍ସରୁ ସୁଷମାଙ୍କ ମରଶରୀରକୁ ତାଙ୍କର ଦିଲ୍ଲୀସ୍ଥିତ ବାସଭବନକୁ ନିଆଯାଇଥିଲା । ଏହା ପରେ ତାଙ୍କର ଦିଲ୍ଲୀ ସ୍ଥିତ ବାସଭବନରେ ତାଙ୍କର ଶେଷ ଦର୍ଶନ କରୁଛନ୍ତି ବିଭିନ୍ନ ବର୍ଗର ଲୋକ

ସୁଷମାଙ୍କ ଏପରି ହଠାତ୍ ଅକାଳ ବିୟୋଗ ରାଜନୈତିକ ମହଲକୁ ସ୍ତବ୍ଧ କରିଦେଇଛି । ମଙ୍ଗଳବାର ରାତିରୁ ଏହି ଖବର ଯିଏ ବି ଶୁଣୁଛି , ହଠାତ୍ ବିଶ୍ୱାସ କରିପାରୁନି । ଅନେକ ରାଜନେତା ସୁଷମାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । ଅନେକ ନିଜର ରାଜନୈତିକ ଜୀବନରେ ସୁଷମାଙ୍କ ସହ ରହିଥିବା ମଧୁର ସଂପର୍କକୁ ମନେ ପକାଇଛନ୍ତି ।



from Kanak News https://ift.tt/33fsHim https://ift.tt/2KyQGjS
ସୁଷମାଙ୍କ ଅକାଳ ବିୟୋଗରେ ସାରାଦେଶ ସ୍ତବ୍ଧ : ଆଜି ଅପରାହ୍ନରେ ରାଜକୀୟ ସମ୍ମାନ ସହ ହେବ ଅନ୍ତିମ ସଂସ୍କାର Kanak News ସୁଷମାଙ୍କ ଅକାଳ ବିୟୋଗରେ ସାରାଦେଶ ସ୍ତବ୍ଧ : ଆଜି ଅପରାହ୍ନରେ ରାଜକୀୟ ସମ୍ମାନ ସହ ହେବ ଅନ୍ତିମ ସଂସ୍କାର Kanak News Reviewed by SUBHENDU BARAL on August 06, 2019 Rating: 5

No comments:

Powered by Blogger.