ଟଳିଲା ବନ୍ୟା ବିପତ୍ତି। ବିପଦ ସଙ୍କେତ ତଳେ ରାଜ୍ୟର ସମସ୍ତ ନଦୀର ବନ୍ୟାଜଳ Kanak News

no flood threat

କନକ ବ୍ୟୁରୋ: ମହାନଦୀର ଉପର ମୁଣ୍ଡରେ ବର୍ଷା କମିଥିବାରୁ ଏବେ ରାଜ୍ୟରେ ବଡ ବନ୍ୟା ଭୟ ଟଳିଯାଇଛି । ପ୍ରାୟ ସମସ୍ତ ନଦୀରେ ବନ୍ୟାଜଳ ବିପଦସଙ୍କେତ ତଳେ ପ୍ରବାହିତ ହେଉଛି । ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ପଶ୍ଚିମ ଓଡିଶାରେ ଏବଂ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ସମେତ ରାଜ୍ୟର ଅଧିକାଂଶ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । କିନ୍ତୁ ଏବେ ନଦୀର ଜଳସ୍ତର କମିଛି । ସେହିପରି ଆସନ୍ତା ସାତ ଦିନ ଭିତରେ ବଡ ବର୍ଷାର ସମ୍ଭାବନା ନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ଉତ୍ତର ଓଡିଶା ଓ ଝାଡଖଣ୍ଡ ମଧ୍ୟରେ ସୃଷ୍ଟି ହୋଇଥିବା ଟ୍ରଫ ଲାଇନ୍ ଦୁର୍ବଳ ହୋଇଯାଇଥିବାରୁ ଏହାର ପ୍ରଭାବରେ ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ଯେଉଁ ବଡ ବର୍ଷା ହେବ ବୋଲି ଅନୁମାନ କରାଯାଉଥିଲା ତାହା ଏବେ ଟଳିଯାଇଛି । ଉତର, ପଶ୍ଚିମ ଓ ଦକ୍ଷିଣ ଓଡିଶାରେ କିଛି ସ୍ଥାନରେ ବର୍ଷା ହେଲେ ମଧ୍ୟ ତାହା ଏତେ ବିପଦଜନକ ହେବନି ବୋଲି କୁହାଯାଇଛି । ଅନ୍ୟପଟେ ବନ୍ୟା ବିପତି ଟଳିଯାଇଥିଲେ ମଧ୍ୟ ବିଭିନ୍ନ ଅଂଚଳରେ ଉଜୁଡି ଯାଇଛି ଶହ ଶହ ଏକର ଫସଲ । ଏହାକୁ ନେଇ ଚାଷୀ ନିରାଶ ହୋଇଛନ୍ତି ।



from Kanak News https://ift.tt/2KDB7IV https://ift.tt/31MWzRM
ଟଳିଲା ବନ୍ୟା ବିପତ୍ତି। ବିପଦ ସଙ୍କେତ ତଳେ ରାଜ୍ୟର ସମସ୍ତ ନଦୀର ବନ୍ୟାଜଳ Kanak News ଟଳିଲା ବନ୍ୟା ବିପତ୍ତି। ବିପଦ ସଙ୍କେତ ତଳେ ରାଜ୍ୟର ସମସ୍ତ ନଦୀର ବନ୍ୟାଜଳ Kanak News Reviewed by SUBHENDU BARAL on August 16, 2019 Rating: 5

No comments:

Powered by Blogger.