
କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। ବର୍ଷା କମିବା ପରେ ପରିସ୍ଥିତିରେ କିଛିଟା ସୁଧାର ଆସିଛି। ସକାଳେ ମାତ୍ର ୫ଟି ଜିଲ୍ଲାରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିଲା। ଗୁଣୁପୁର ଓ କାଶୀନଗର ଠାରେ ବଂଶଧାରା ବିପଦ ସଙ୍କେତ ତଳକୁ ଖସିଆସିଛି। ଫଳରେ ବଡ଼ ଧରଣର ବନ୍ୟା ଆଶଙ୍କା ଟଳିଯାଇଛି। ଅନ୍ୟ ସମସ୍ତ ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି।
ସ୍ବତନ୍ତ୍ର ରିଲିଫ୍ କମିଶନଙ୍କ କାର୍ଯ୍ୟାଳୟରୁ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବର୍ଷା କମିଯାଇଥିଲେ ବି ବିଭିନ୍ନ ସ୍ଥାନରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗ ଟିମ୍ ଏଥିରେ ନିୟୋଜିତ ହୋଇଛନ୍ତି। ଲଗାଣ ବର୍ଷା ଯୋଗୁ ମାଲକାନଗିରି ସ୍ଥିତି ଅଧିକ ସଙ୍ଗୀନ୍ ହୋଇପଡ଼ିଥିଲା। ତେବେ ବର୍ଷା ବନ୍ଦ ହୋଇଯିବା ପରେ ବିଭିନ୍ନ ଅଞ୍ଚଳରୁ ପାଣି ଛାଡ଼ିବାରେ ଲାଗିଛି। ଜୟପୁର, କାଲିମେଳା ଓ ସୁକୁମାକୁ ରାସ୍ତା ଖୋଲିଯାଇଛି। ୬ଟି ବ୍ଲକ୍ରୁ ସ୍ଥାନାନ୍ତର ହୋଇଥିବା ଦୁଇ ହଜାରରୁ ଅଧିକ ଲୋକଙ୍କୁ ୨୪ଟି ଆଶ୍ରୟ ସ୍ଥଳୀରେ ରଖାଯାଇଛି। ସେମାନଙ୍କୁ ରନ୍ଧାଖାଦ୍ୟ ଦେବାର ମଧ୍ୟ ବ୍ୟବସ୍ଥା କରାଯାଇଛି ।
ରାୟଗଡ଼ା ଜିଲ୍ଲାର ସ୍ଥିତିରେ ମଧ୍ୟ ସୁଧାର ଆସିଛି। ୮ଟି ବ୍ଲକ୍ରୁ ସ୍ଥାନାନ୍ତର ହୋଇଥିବା ୩ ହଜାରରୁ ଅଧିକ ଲୋକ ଏବେ ବି ୨୧ଟି ରିଲିଫ୍ କ୍ୟାମ୍ପରେ ରହିଛନ୍ତି। ୨୩ଟି ମେଡିକାଲ୍ ଟିମ୍ ଜିଲ୍ଲାର ବିଭିନ୍ନ ସ୍ଥାନ ଯାଇ ପ୍ରଭାବିତଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଉଛନ୍ତି। କଳାହାଣ୍ଡି, ଗଜପତି, କୋରାପୁଟ ଓ କନ୍ଧମାଳରେ ମଧ୍ୟ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇ ନାହିଁ। ନବରଙ୍ଗପୁରରେ ମଧ୍ୟ ବର୍ଷା ଲାଗି ରହିଥିଲା। କିଛି ଗ୍ରାମ ପାଣି ଘେରରେ ରହି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି। ସେଠାରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରବଳ ବର୍ଷା ଓ ପବନ ଯୋଗୁ ବହୁ ବିଦ୍ୟୁତ ଖୁଣ୍ଟ ଓ ଗଛ ଉପୁଡ଼ିଯାଇଛି। ଇନ୍ଦ୍ରାବତୀ ଜଳବଣ୍ଡାରର ଦୁଇଟି ଗେଟ୍ ଖୋଲାଯାଇଛି। ସେଥି ପାଇଁ ନଦୀ ନିକଟ ଗ୍ରାମଗୁଡ଼ିକର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ତେଣୁ ସ୍ଥାନୀୟ ଲୋକଙ୍କୁ ଉଚ୍ଚସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି । from Kanak News https://ift.tt/2KCT3lM https://ift.tt/2MfBP1l
କମୁଛି ବନ୍ୟାପାଣି, ସୁଧୁରୁଛି ସ୍ଥିତି ! ବିଭିନ୍ନ ସ୍ଥାନରେ ଏବେବି ଉଦ୍ଧାରକାର୍ଯ୍ୟ ରହିଛି ଜାରି Kanak News
Reviewed by SUBHENDU BARAL
on
August 08, 2019
Rating:
No comments: