ସ୍ୱାଧୀନତା ପାଇଁ ଗାନ୍ଧିଜୀଙ୍କ ନେତୃତ୍ୱରେ ସାରା ଭାରତରେ ଡାକରା ଦିଆଯାଇଥିଲା ‘ହରିଜନ ଆନ୍ଦୋଳନ’ Kanak News

ଜଣେ ସମାଜ-ସଂସ୍କାରକ ଓ ସନ୍ଥ ରାଜନୀତିଜ୍ଞ ହୋଇଥିବାରୁ ମହାତ୍ମାଗାନ୍ଧୀ ସମାଜରେ ଅସ୍ପୃଶ୍ୟତା ଦୂର କରିବା ପାଇଁ ଏକ ଆନ୍ଦୋଳନର ଆଶ୍ରୟ ନେଇଥିଲେ । ସେ ନିଜେ ଅସ୍ପୃଶ୍ୟ ଜାତିକୁ ହରିଜନ ଅର୍ଥାତ ଇଶ୍ୱରଙ୍କର ସନ୍ତାନ ବୋଲି ନାମିତ କରାଇଥିଲେ । ସେ କହୁଥିଲେ ଯେ ଅସ୍ପୃଶ୍ୟତା ଅବଲମ୍ବନ କରିବା ଅର୍ଥ ଇଶ୍ୱରଙ୍କୁ ବିରୋଧ କରିବା । ତେଣୁ ସେ ସ୍ୱାଧୀନତା ସଂଗ୍ରାମକୁ ନେତୃତ୍ୱ ଦେବା ସଙ୍ଗେ ସଙ୍ଗେ ସମାଜରୁ ଅସ୍ପୃଶ୍ୟତା ଦୂରିକରଣ ପାଇଁ କହନ୍ତି ତାହା ସେ ପ୍ରଥମେ ନିଜ ଜୀବନରେ ଅସ୍ପୃଶ୍ୟ ଲୋକଙ୍କୁ ରଖିଥିଲେ । ସେହି ସମୟରେ ଅସ୍ପୃଶ୍ୟତା ନିବାରଣ ଥିଲା ତାଙ୍କ ଜୀବନର ପ୍ରଧାନ ଆଭିମୁଖ୍ୟ । ଗାନ୍ଧିଜୀ ଉପଲବ୍ଧି କରିଥିଲେ, ହିନ୍ଦୁ ଓ ହରିଜନ ବିଭାଜନ ରାଜନୈତିକ ଦୃଷ୍ଟିକୋଣରୁ ସାଂଘାତିକ ଓ ଦୃଷ୍ଟିରୁ ଆତ୍ମଘାତୀ । ତେଣୁ ଅସ୍ପୃଶ୍ୟତା ଦୂର କରିବାପାଇଁ ଗାନ୍ଧିଜୀ ୧୯୩୨ ମସିହାରେ ସେପ୍ଟମ୍ବର ୨୦ ତାରିଖରେ ଅନଶନ ବ୍ରତ ଆରମ୍ଭ କରିଥିଲେ । ଭାରତର ନେଚତାମାନେ ତାଙ୍କର ଜୀନବ ରକ୍ଷା କରିବା ପାଇଁ ଉଦ୍ୟମ କରିଥିଲେ ପରେ ମଧ୍ୟ ସଫଳ ହୋଇଥିଲେ । ଗାନ୍ଧି ତାଙ୍କର ଅନଶନ ଭାଙ୍ଗିବାପରେ ଭାରତ ବର୍ଷରେ ବହୁ ମନ୍ଦିର ଅସ୍ପୃଶ୍ୟମାନଙ୍କର ପ୍ରବେଶ ଉପରେ ରୋକ ଲଗାଯାଇଥିବା ନିୟମ ଉଠାଇ ନିଆ ଯାଇଥିଲା । ପରେ ଗାନ୍ଧିଙ୍କ ନିର୍ଦ୍ଦେଶକ୍ରମେ ୧୯୩୩ ମସିହାରେ ସର୍ବଭାରତୀୟ ହରିଜନ ସଂଘ ଗଠିତ ହୋଇଥିଲା ।

ତେବେ ପରେ ୧୯୩୩ ମସିହା ଜାନୁଆରୀ ୮ ତାରିଖରେ ହରିଜନ ଦିବସ ପାଳନ କରାଯିବ ବୋଲି ଗାନ୍ଧି ଘୋଷଣା କରିଥିଲେ । ପରେ ଏହି ଦିବସ ପାଳନ କରାଯାଇଥିଲା । ଏହି ଦିବସରେ ପ୍ରଥମଥର ଦେଖାଯାଇଥିଲା ଯେ, ସମସ୍ତେ ଜାତିଧର୍ମ ନିର୍ବିଶେଷରେ ଭାଇଭାଇ ପରି ବ୍ୟବହାର କଲେ ଓ ପରସ୍ପରକୁ ଆଲିଙ୍ଗନ କଲେ । ଗାନ୍ଧି ସେତେବେଳ ସମୟରେ କହିଥିଲେ ଆମେ ମାନେ ଯଦି ଏପରି ଭାବରେ ଜାତିଭେଦ ଦେଖିବା ତେବେ କେବେ ହେଲେ ବି ସ୍ୱାଧିନତା ପାଇବା ନାହିଁ । କାରଣ ସେମାନେ ଅର୍ଥାତ ଇଂରେଜମାନେ ଜାଣିଛନ୍ତି ଆମ ମଧ୍ୟରେ ଏକତା ନାହିଁ । ଜଣେ ଉତ୍ତ ଜାତିର ଲୋକ ଜଣେ ନିଚ୍ଚ ଜାତିକ ଲୋକଠାରୁ ଦୂରେଇ ରହୁଛନ୍ତି । ତେଣୁ ସେମାନେ ଆମ ଉପରେ ଅତ୍ୟାଚାର କରୁଛନ୍ତି । ଆମେମାନେ ବର୍ତ୍ତମାନ ସମୟରେ ଏକାଠି ହୋଇ କାମ କରିବା ଯେଉଁଥିରେ ସେମାନେ ମଧ୍ୟ ଜାଣିବେ ସମସ୍ତ ଭାରତୀୟ ଏକତ୍ରତ ହୋଇ ରହିଛନ୍ତି । ତେବେ ଗାନ୍ଧି ଏହି ଆନ୍ଦୋଳନ ବେଳେ କଟକର ଅନେକ ଲୋକ ଗାନ୍ଧିଙ୍କ ସହ ଉପବାସ ରହୁଥିଲେ । ଏହି ସମୟରେ ଲୋକମାନଙ୍କ ମଧ୍ୟରେ ଏକତା ଆଣିବା ପାଇଁ ସହର ମଧ୍ୟରେ ସଂକୀର୍ତ୍ତନ ମଧ୍ୟ କରାଯାଉଥିଲା । ସେହି ସମୟରେ ଏକାଠି ହିନ୍ଦୁ ଓ ହରିଜନ ରହୁଥିଲେ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗାନ୍ଧି ଜେଲରେ ଥିବା ସମୟରେ ମଧ୍ୟ ଇଂରେଜ ସରକାର ତାଙ୍କୁ ଏହି ଆନ୍ଦୋଳନ କରିବା ପାଇଁ ଅନୁମତି ଦେଇଥିଲେ । ତେବେ ଏହି ଆନ୍ଦୋଳନ ସମୟରେ ୧୯୩୩ ମସିହାରେ ଗଠିତ ସର୍ବଭାରତୀୟ ହରିଜନ ସଂଘର ଘନସ୍ୟାମ ଦାସ ବିରଜା ଓ ଏ.ବି ଠକ୍କର ଯଥାକ୍ରମେ ସଭାପତି ଓ ସମ୍ପାଦକ ହୋଇଥିଲେ । ସେହି ବର୍ଷ ହରିଜନ ପତିକା ମଧ୍ୟ ପ୍ରକାଶ ପାଇଥିଲା । ଏହି ଆନ୍ଦୋଳନର ମୁଖ୍ୟ ଲକ୍ଷଥିଲା ଯେ, ସାରା ଭାରତ ବର୍ଷରେ ଯେତେ ଜାତି ରହିଛି ତାହାକୁ ଭୁଲି କେବଳ ସମସ୍ତେ ଆମେ ଭାରତୀୟ ବୋଲି ଭାବି ଇଂରେଜମାନଙ୍କ ଅକଥନୀୟ ଅତ୍ୟାଚାରରୁ କିପରି ଭାବରେ ମୁକ୍ତି ପାଇବା ତାହା କରିବା ପାଇଂ ଗାନ୍ଧି ଏହି ଆନ୍ଦୋଳନର ଡାକରା ଦେଇଥିଲେ ।



from Kanak News https://ift.tt/2H5M6bS https://ift.tt/2Z39E7D
ସ୍ୱାଧୀନତା ପାଇଁ ଗାନ୍ଧିଜୀଙ୍କ ନେତୃତ୍ୱରେ ସାରା ଭାରତରେ ଡାକରା ଦିଆଯାଇଥିଲା ‘ହରିଜନ ଆନ୍ଦୋଳନ’ Kanak News ସ୍ୱାଧୀନତା ପାଇଁ ଗାନ୍ଧିଜୀଙ୍କ ନେତୃତ୍ୱରେ ସାରା ଭାରତରେ ଡାକରା ଦିଆଯାଇଥିଲା ‘ହରିଜନ ଆନ୍ଦୋଳନ’ Kanak News Reviewed by SUBHENDU BARAL on August 14, 2019 Rating: 5

No comments:

Powered by Blogger.