
କନକ ବ୍ୟୁରୋ : ଦକ୍ଷିଣ ଦିଲ୍ଲୀର ଜାକିର ନଗର ଅଂଚଳରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୫ ଜଣଙ୍କର ମୃତ୍ୟୁ ହୋଇଯାଇ ଥିବାବେଳେ ୧୧ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବାବେଳେ ଏବେ ବି ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ତେଣୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି । ନିଆଁ ଲାଗିବା ସୂଚନା ମିଳିବା ପରେ ୭ଟି ଦମକଳ ଗାଡି ଘଟଣାସ୍ଥଳରେ ପହଂଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

from Kanak News https://ift.tt/2YIDI8g https://ift.tt/2GNkzfq
No comments: