୬ଟି ରାଜ୍ୟରେ ଭୟାବହ ହେଉଛି ବନ୍ୟାର ପ୍ରକୋପ: ମୃତ୍ୟୁ ସଂଖ୍ୟା ୮୬କୁ ବୃଦ୍ଧି; କେରଳରେ ସ୍ଥିତି ଆହୁରୀ ସଙ୍ଗୀନ ହେବା ଆଶଙ୍କା Kanak News

କନକ ବ୍ୟୁରୋ: ୬ଟି ରାଜ୍ୟରେ ଭୟାବହ ହେଉଛି ବନ୍ୟାର ପ୍ରକୋପ । ବନ୍ୟାରେ ମୃତ୍ୟୁ ସଂଖ୍ୟା ୮୬କୁ ବୃଦ୍ଧି ପାଇଛି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି କେରଳ । କେବଳ ଶୁକ୍ରବାର ବନ୍ୟାରେ ୨୦ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଫଳରେ ଗତ ୭୨ଘଂଟାରେ କେରଳରେ ୨୮ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି କର୍ଣ୍ଣାଟକରେ ୧୦ଜଣଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ୩୨ଜଣଙ୍କ ମୃତ୍ୟୁ ହୋଇଛି ।
କେରଳରେ ଏନଡିଆରଏଫ ଓ ୧୮୦ ଜଣ ସେନା ଯବାନ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ପାଖାପାଖି ୬୪ହଜାର ଲୋକଙ୍କୁ ବନ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି । ସେହିପରି କର୍ଣ୍ଣାଟକର ୬ଟି ଜିଲ୍ଲାରେ ଆଗାମୀ ୪୮ଘଂଟାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବନ୍ୟା ପ୍ରଭାବିତ ଅଂଚଳରୁ ୧ଲକ୍ଷ ୩୦ହଜାର ଲୋକଙ୍କୁ ଉଦ୍ଧାର କରାଯାଇଥିବା ସରକାରୀ ଭାବେ କୁହାଯାଇଛି । ମହାରାଷ୍ଟ୍ରର କୋହ୍ଲାପୁର ଓ ସାଙ୍ଗଳିରେ ପରିସ୍ଥିତି ଭୟାବହ ରହିଛି । ଏଠାରେ ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି ।
from Kanak News https://ift.tt/2H0x9I6 https://ift.tt/2M7sxEv

No comments: