ପୁଣି ଜେଏନୟୁରୁ ଶୁଭିଲା ବିରୋଧର ସ୍ୱର । ଧାରା ୩୭୦ ବଳବତ୍ତର ପାଇଁ ମଝିରାତିରେ ଲାଗିଲା ନାରା, ସେନାକୁ ଅପଶବ୍ଦ କୁହାଯାଇଥିବା ଅଭିଯୋଗ । Kanak News
କନକ ବ୍ୟୁରୋ : ଜାମ୍ମୁକାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ସାରା ଦେଶରେ ରାଜନୀତି ଜୋର ଧରିଛି । ଚର୍ଚ୍ଚା ଆଲୋଚନା ଭିତରେ ମୋଦି ସରକାରଙ୍କ ଏହି ଐତିହାସିକ ନିଷ୍ପତିକୁ ଅନେକ ସମାଲୋଚନା ମଧ୍ୟ କରିଛନ୍ତି । ତେବେ ସୋମବାର ବିଳମ୍ବିତ ରାତିରେ ଦିଲ୍ଲୀ ସ୍ଥିତ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ପୁଣି ଥରେ ତେଜିଛି ବିରୋଧର ସ୍ୱର । ମଧ୍ୟରାତ୍ରିରେ କ୍ୟାମ୍ପସ ଭିତରେ ପୁଣି ଥରେ ସ୍ୱାଧୀନତାର ନାରା ଶୁଣିବାକୁ ମିଳିଛି । ଧାରା ୩୭୦କୁ ପୁଣି ଥରେ ବଳବତ୍ତର ରଖିବା ପାଇଁ ଦାବି କରାଯାଇ ଏଭଳି ବିକ୍ଷୋଭ କରାଯାଇଥିବା ସୂଚନା ମିଳିଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରତିବାଦର ଏହି ସ୍ୱର ଭିତରୁ ଗୁଞ୍ଜରିତ ହୋଇଉଠିଥିଲା ସେନା ବିରୋଧୀ ନାରା । ଧାରା ୩୭୦କୁ ବଳବତ୍ତର ରଖିବା ପାଇଁ ଜେଏନୟୁରେ ବିକ୍ଷୋଭ ଭିତରେ ସେନାକୁ ନେଇ ଅପଶବ୍ଦ ବ୍ୟବହାର କରାଯାଇଥିବା କୁହାଯାଉଛି । ମଧ୍ୟରାତ୍ରିର ଅନ୍ଧକାର ଭିତରେ କ୍ୟାମ୍ପସ ଭିତରେ ଚାଲିଥିଲା ଜୋରଦାର ବିକ୍ଷୋଭ ।
କାଶ୍ମୀର ପ୍ରସଙ୍ଗରେ ମୋଦି ସରକାରଙ୍କ ଐତିହାସିକ ନିଷ୍ପତିକୁ ସାରା ଦେଶରେ ସ୍ୱାଗତ କରାଯାଇଥିବା ବେଳେ ଜେଏନୟୁରେ ଏଭଳି ପ୍ରତିବାଦକୁ ଅନେକାଂଶରେ ନାପସନ୍ଦ କରାଯାଇଛି । ତେବେ ଜେଏନୟୁ ସେତେବେଳେ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ ୨୦୧୬ ଫେବ୍ରୁୟାରୀ ୯ ତାରିଖରେ କ୍ୟାମ୍ପସରେ ଦେଶ ବିରୋଧୀ ନାରା ଲାଗିଥିଲା । ଚର୍ଚ୍ଚିତ ସିପିଆଇ ନେତା ଏବଂ ଜେଏନୟୁର ପୂର୍ବତନ ଛାତ୍ର ସଂସଦ ସଭାପତି କହ୍ନେୟା କୁମାରଙ୍କ ସମେତ ଅନ୍ୟ ଛାତ୍ର ନେତା ସଂସଦ ଉପରେ ଆକ୍ରମଣ ଘଟଣାରେ ଅଫଜଲ ଗୁରୁକୁ ଫାସୀ ଦଣ୍ଡାଦେଶ ବିରୋଧରେ କାର୍ଯ୍ୟକ୍ରମ ଆୟୋଜିତ କରିଥିବାର ଅଭିଯୋଗ ହୋଇଥିଲା । ଆଉ ଏଥିରେ ଦେଶ ବିରୋଧୀ ନାରା ଦିଆଯାଇଥିବା ମଧ୍ୟ କୁହାଯାଉଥିଲା ।
from Kanak News https://ift.tt/2MHIYqm https://ift.tt/2KhUffl
No comments: