ସୁଷମା ସ୍ବରାଜଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତିଙ୍କ ଶୋକ

ନୂଆଦିଲ୍ଲୀ ୭|୮: ସୁଷମା ସ୍ବରାଜଙ୍କ ଅକାଳ ବିୟୋଗ ରାଜନୈତିକ ମହଲକୁ ସ୍ତବ୍ଧ କରିଦେଇଛି । ମଙ୍ଗଳବାର ରାତିରୁ ଏହି ଖବର ଯେ କେହି ବି ଶୁଣୁଛି ହଠାତ୍ ବିଶ୍ୱାସ କରିପାରୁନି । ଅନେକ ରାଜନେତା ସୁଷମାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । ଅନେକ ନିଜର ରାଜନୈତିକ ଜୀବନରେ ସୁଷମାଙ୍କ ସହ ରହିଥିବା ମଧୁର ସଂପର୍କକୁ ମନେ ପକାଇଛନ୍ତି ।

ଏପରି ଏକ ଖବର ଆସିବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବି ସ୍ତବ୍ଧ ହୋଇଛନ୍ତି । ରାଷ୍ଟ୍ରପତି ଟ୍ବିଟ୍ କରି କହିଛନ୍ତି ଏହି ଖବରରେ ସେ ମର୍ମାହତ । ଦେଶ ଜଣେ ସଚୋଟ ନେତ୍ରୀଙ୍କୁ ହରାଇଲା ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଷମା ସ୍ବରାଜଙ୍କ ପରଲୋକରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ ଟ୍ବିଟ୍ କରିଛନ୍ତି, ଭାରତୀୟ ରାଜନୀତିରେ ଏକ ଉଜ୍ଜଳମୟ ଅଧ୍ୟାୟର ପରିସମାପ୍ତି ଘଟିଲା । ଦେଶର ସବୁ ବର୍ଗର ଲୋକଙ୍କ ପାଇଁ ସୁଷମା ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। କୋଟି କୋଟି ଜନତାଙ୍କ ପାଇଁ ସେ ଥିଲେ ପ୍ରେରଣାର ଉତ୍ସ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ୫ ବର୍ଷ ମଧ୍ୟରେ ବିଦେଶ ମନ୍ତ୍ରାଳୟରେ ସୁଷମା ସ୍ବରାଜଙ୍କ କାର୍ଯ୍ୟ ଧାରା ଅବିସ୍ମରଣୀୟ । ସ୍ବାସ୍ଥ୍ୟ ସମସ୍ୟା ଥିଲେ ମଧ୍ୟ ସୁଷମା ବିଦେଶ ମନ୍ତ୍ରାଳୟକୁ ସାରା ବିଶ୍ବରେ ଶ୍ରେଷ୍ଠ ଭାବେ ପ୍ରତିପାଦିତ କରିପାରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ସୁଷମାଙ୍କ ପରଲୋକ ବ୍ୟକ୍ତିଗତ କ୍ଷତି ବୋଲି ଟ୍ବିଟ୍ କରିଛନ୍ତି ।

ସେହିପରି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଟ୍ବିଟ୍ କରି ଗଭୀର ଶୋକ ବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଦେଶ ଜଣେ ସୁଯୋଗ୍ୟ ନେତ୍ରୀଙ୍କୁ ହରାଇଲା ଓ ଏହା ଦେଶପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ରାହୁଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସୁଷମାଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।



from Prameya News7 https://ift.tt/2KvQX7o
ସୁଷମା ସ୍ବରାଜଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତିଙ୍କ ଶୋକ ସୁଷମା ସ୍ବରାଜଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତିଙ୍କ ଶୋକ Reviewed by SUBHENDU BARAL on August 06, 2019 Rating: 5

No comments:

Powered by Blogger.