କ୍ବେଟା ୧୭|୮: ପାକିସ୍ତାନ ବଲୁଚିସ୍ତାନ ପ୍ରାନ୍ତର ରାଜଧାନୀ କ୍ବେଟା ସ୍ଥିତ ଏକ ମସଜିଦରେ ଶୁକ୍ରବାର ବୋମା ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮ ଜଣ ଆହତ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, କ୍ବେଟା କୁଲଚଲକର ଅଞ୍ଚଳର ଏକ ମସଜିଦରେ ବୋମା ବିସ୍ଫୋରଣ ହୋଇଛି। ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି। ପାକିସ୍ତାନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହା ପୂର୍ବରୁ ମଧ୍ୟ ବଲୁଚିସ୍ତାନର ଏକ ମସଜିଦରେ ଏହିଭଳି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ୪ ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୧ ଜଣ ଆହତ ହୋଇଥିଲେ।
from Prameya News7 https://ift.tt/30dGCnc
ମସଜିଦ୍ରେ ବୋମା ବିସ୍ଫୋରଣ : ୩ ମୃତ, ୮ ଆହତ
Reviewed by SUBHENDU BARAL
on
August 16, 2019
Rating:
No comments: