ନାଳ ପାର ହେଉଥିବା ବେଳେ ଭାସିଯାଇ ଯୁବକ ନିଖୋଜ

କଳାହାଣ୍ଡି ୧୩|୮: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗିରହିଛି । ଫଳରେ କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି । କଳାହାଣ୍ଡିରେ ଗାଈ ଚରାଳୀ ଯୁବକମାନେ ନାଳ ପାରି ହେଉଥିବା ବେଳେ ପାଣିରେ ଭାସି ଯାଇ ଜଣେ ନିଖୋଜ ହୋଇଥିବାବେଳେ ଦୁଇ ଜଣ ବର୍ତ୍ତି ଯାଇଛନ୍ତି । କର୍ଲାମୁଣ୍ଡା ବ୍ଲକ୍ ସରାବର ନାଳରେ ଚାଲିଥିବା ବନ୍ୟାପାଣିରେ ଭାସିଯାଇ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ନିଖୋଜ ଜିତୁ ରଣା ଗାଈ ଚରାଇବାକୁ ଯାଇ ସନ୍ଧ୍ୟାରେ ଫେରୁଥିବା ବେଳେ ଭାସିଯାଇଥିଲେ । ସାଥୀରେ ଥିବା ଅନ୍ୟ ଦୁଇ ଜଣ ବର୍ତ୍ତି ଯାଇଥିବା ବେଳେ ବନ୍ୟା ପାଣିରେ ଜିତୁ ଭାସି ଯାଇଥିଲେ । ଏ ନେଇ ଆଜି ସୂଚନା ପାଇ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।



from Prameya News7 https://ift.tt/31Dd42K
ନାଳ ପାର ହେଉଥିବା ବେଳେ ଭାସିଯାଇ ଯୁବକ ନିଖୋଜ ନାଳ ପାର ହେଉଥିବା ବେଳେ ଭାସିଯାଇ ଯୁବକ ନିଖୋଜ Reviewed by SUBHENDU BARAL on August 12, 2019 Rating: 5

No comments:

Powered by Blogger.