ଟ୍ରେନ୍‌ରେ କଟିଗଲା ଯୁବକଙ୍କ ଦୁଇ ଗୋଡ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ବାଲେଶ୍ବର ୧୭|୮: ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ ସୋର ଥାନା ଅଧିନ ଅଞ୍ଜି ଗ୍ରାମର ଜଣେ ଯୁବକଙ୍କ ୨ ଗୋଡ ଟ୍ରେନରେ କଟି ଗୁରୁତର ହୋଇଛନ୍ତି । ଗୁରୁତର ଆହତ ଯୁବକ ଜଣଙ୍କ ହେଲେ ଗୋବର୍ଦ୍ଧନ ସାହୁଙ୍କ ପୁଅ ଗୁଲସନ । ତାଙ୍କ ବୟସ ୨୨ବର୍ଷ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ରାତି ପ୍ରାୟ ୧୧ଟା ୩୦ ସମୟରେ ବାଲେଶ୍ୱର ସୋମନାଥପୁର ନିକଟସ୍ଥ ରେଳ ଧାରଣା କଡରେ ଆଣ୍ଠୁ ତଳକୁ ୨ ଗୋଡ଼ ହରାଇ ଗୁଲସନ ଯନ୍ତ୍ରଣାରେ ଚିତ୍କାର କରୁଥିଲେ । ସ୍ଥାନୀୟ ଅଞ୍ଚଳର କିଛି ଯୁବକ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ମେଡିକାଲ ପଠାଇଥିଲେ । ତେବେ ତାଙ୍କ ଗୋଡ କେଉଁ ପରିସ୍ଥିତିରେ କଟିଛି ତାହା ସ୍ପଷ୍ଟ ଜଣାପଡିନାହାହିଁ । ଖବର ପାଇ ଘର ଲୋକେ ମେଡିକାଲରେ ପହଞ୍ଚିଥିଲେ । ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଗୁଲସନ କିଛିଦିନ ପୂର୍ବରୁ ଟାଉନ୍ ଥାନା ଅଞ୍ଚଳରୁ ଏକ ସାଇକେଲ ଚୋରି ମାମଲାରେ ଜେଲ୍ ଯାଇଥିଲେ । ତାଙ୍କର ଦୁର୍ଘଟଣାରେ ଗୋଡ କଟିବା ନେଇ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି ।



from Prameya News7 https://ift.tt/30cEHPF
ଟ୍ରେନ୍‌ରେ କଟିଗଲା ଯୁବକଙ୍କ ଦୁଇ ଗୋଡ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ଟ୍ରେନ୍‌ରେ କଟିଗଲା ଯୁବକଙ୍କ ଦୁଇ ଗୋଡ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର Reviewed by SUBHENDU BARAL on August 16, 2019 Rating: 5

No comments:

Powered by Blogger.