ଭୁବନେଶ୍ୱରରେ ୧୧ଟି ବାର୍‌ରେ ପୁଲିସ୍‌ର ଚଢ଼ଉ Rajalaxmi Sahoo

ଭୁବନେଶ୍ୱର: ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ୧୧ଟି ବାର୍‌ରେ ପୁଲିସ୍‌ର ମିଳିତ ଚଢ଼ଉ କରାଯାଇଛି। ଚଢ଼ଉ ବେଳେ ୯୬ରୁ ଅଧିକ ବାର୍ ଡ୍ୟାନ୍ସରଙ୍କୁ ପୁଲିସ୍‌ ଅଟକ ରଖିଛି। ଏହି ଡ୍ୟାନ୍ସରଙ୍କ ମଧ୍ୟରେ ଓଡ଼ିଶା ସମେତ, ପଶ୍ଚିମବଙ୍ଗ, ହିମାଚଳପ୍ରଦେଶ, ମୁମ୍ବାଇ, ପଞ୍ଜାବ ଓ ହରିଆଣା ଅଞ୍ଚଳର ଯୁବତୀ ଅଛନ୍ତି।

ଗତକାଲି ବିଳମ୍ବିତ ରାତି ଯାଏ ବେଆଇନ୍‌ ଭାବେ ଅଧିକ ଜୋର୍‌ ସାଉଣ୍ଡରେ ବାର୍ ଚାଲିଥିବାରୁ କମିଶନରେଟ୍ ପୁଲିସ୍‌ ଅଧୀନରେ ଥିବା ରାଜଧାନୀର ୪ରୁ ୫ଟି ଥାନାର ପୁଲିସ୍‌ ମିଳିତ ଭାବେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଲକ୍ଷ୍ମୀସାଗର ଓ କଟକ ରୋଡ଼ ଅଞ୍ଚଳରେ ଥିବା ବାର୍ ଗୁଡ଼ିକ ବେଆଇନ୍‌ ଭାବେ ଚାଲୁଥିଲା ବୋଲି ଜଣାପଡ଼ିଛି। ବାର୍‌ର ମାଲିକମାନେ ଅନ୍ୟ ରାଜ୍ୟରୁ ଯୁବତୀଙ୍କୁ ଆଣି ଏଠାରେ ନିୟୋଜିତ କରିଥିଲେ।

ଡ୍ୟାନ୍ସ ବାର୍ ଲାଇସେନ୍ସ ନ ଥାଇ ଦୀର୍ଘଦିନ ହେଲା ଏଗୁଡ଼ିକ ଚାଲି ଆସୁଥିଲା। କେବଳ ଏତିକି ନୁହେଁ, ଡ୍ୟାନ୍ସ ବାର୍ ଭିତରେ ଅଶ୍ଲୀଳତା ସବୁ ସୀମା ଟପି ଯାଇଥିବା ଦେଖିବାକୁ ମିଳିଥିଲା। ଝିଅମାନଙ୍କୁ ବାର୍‌ରେ ମଦ ପରିବେଷଣ ଲାଗି ଅନୁମତି ନ ଥିବା ସତ୍ତ୍ୱେ ବାର୍ ଡ୍ୟାନ୍ସରଙ୍କୁ ଏଥିରେ ନିୟୋଜିତ କରାଯାଉଥିଲା। ରାଜଧାନୀରରେ ଦୀର୍ଘଦିନ ହେଲା ଏଭଳି ବାର୍ ଚାଲୁଥିବା ବେଳେ ପ୍ରଶାସନ ଓ ପୁଲିସ୍‌ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିଲା ବୋଲି କୁହାଯାଉଛି।



from OTV Khabar. https://ift.tt/2K5Jyez
ଭୁବନେଶ୍ୱରରେ ୧୧ଟି ବାର୍‌ରେ ପୁଲିସ୍‌ର ଚଢ଼ଉ Rajalaxmi Sahoo ଭୁବନେଶ୍ୱରରେ ୧୧ଟି ବାର୍‌ରେ ପୁଲିସ୍‌ର ଚଢ଼ଉ Rajalaxmi Sahoo Reviewed by SUBHENDU BARAL on July 26, 2019 Rating: 5

No comments:

Powered by Blogger.