ଲଗାଣ ବର୍ଷାରେ ମାଲକାନଗିରିରେ ବନ୍ୟା ସ୍ଥିତି; ଯୋଗାଯୋଗ ବିଚ୍ଛିନ୍ନ Rajalaxmi Sahoo

ମାଲକାନଗିରି: ଗତ ୩ ଦିନ ଧରି ମାଲକାନଗିରିରେ ଲଗାଣ ବର୍ଷା ଲାଗି ରହିଛି। ଫଳରେ ଜିଲ୍ଲାରେ ସ୍ଥିତି ପୁରା ବେହାଲ୍‌। ପ୍ରବଳ ବର୍ଷା ଲାଗି ରହିଥିବାରୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି।

ଜିଲ୍ଲାର ପୋଟେରୁ, କାଙ୍କୋରକୋଣ୍ଡା, କନ୍ୟାଶ୍ରମ, ଏମ୍‌ଭି ୯୦, କୋରକୁଣ୍ଡା ଭଳି ସ୍ଥାନରେ ଥିବା ପୋଲ ଉପରେ ବର୍ଷା ଜଳ ପ୍ରବାହିତ ହେଉଛି। ତେଣୁ ମାଲକାନଗିରି- କାଲିମେଳା, କାଲିମେଳା-ପଡ଼ିଆ, କାଲିମେଳା-ମୋଟୁକୁ  ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୋଲ ଉପରେ ପାଣି ଚାଲୁ ଥିବାରୁ ଉଭୟ ପଟେ ଗାଡ଼ି ମୋଟର ଅଟକି ରହିଛି।

ଛୋଟ ବଡ଼ ପ୍ରାୟ ସବୁ ନଦୀ ଗୁଡ଼ିକରେ ଜଳସ୍ତର ବୃଦ୍ଧି ହୋଇଛି। ଏପରିକି ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି।

ଆଗକୁ ବର୍ଷା ଲାଗି ରହିଲେ ସ୍ଥିତି ଆହୁରି ଜଟିଳ ହେବବୋଲି ଆଶଙ୍କା କରାଯାଉଛି।



from OTV Khabar. https://ift.tt/32X0JaO
ଲଗାଣ ବର୍ଷାରେ ମାଲକାନଗିରିରେ ବନ୍ୟା ସ୍ଥିତି; ଯୋଗାଯୋଗ ବିଚ୍ଛିନ୍ନ Rajalaxmi Sahoo ଲଗାଣ ବର୍ଷାରେ ମାଲକାନଗିରିରେ ବନ୍ୟା ସ୍ଥିତି; ଯୋଗାଯୋଗ ବିଚ୍ଛିନ୍ନ Rajalaxmi Sahoo Reviewed by SUBHENDU BARAL on July 28, 2019 Rating: 5

No comments:

Powered by Blogger.