ଆଜି କାର୍ଗିଲ ବିଜୟ ଦିବସ, ଜାଣନ୍ତୁ ୨୦ ବର୍ଷ ପୂର୍ବେ ଏହି ଦିନରେ କ’ଣ ଘଟିଥିଲା Rajalaxmi Sahoo

ନୂଆଦିଲ୍ଲୀ: ଆଜି ହେଉଛି କାର୍ଗିଲ ବିଜୟ ଦିବସ। ଭାରତୀୟ ଇତିହାସର ସେହି ସ୍ମରଣୀୟ ମୁହୂର୍ତ୍ତକୁ ୨୦ ବର୍ଷ ପୂରିଛି। ୨୦ ବର୍ଷ ତଳେ ୧୯୯୯ ମସିହାର ଆଜିର ଦିନରେ ପାକିସ୍ତାନର ସମସ୍ତ ପ୍ରକାର ଷଡ଼ଯନ୍ତ୍ରକୁ ପଣ୍ଡ କରି ପାକ୍‌ ସେନା ଓ ଆତଙ୍କବାଦୀଙ୍କୁ ନିଜ ସୀମାରୁ ସମ୍ପୂର୍ଣ୍ଣ ଭାବରେ ତଡ଼ିବାରେ ଭାରତୀୟ ସେନା ସଫଳ ହୋଇଥିଲା।

ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଅସୀମ ସାହସ, ବୀରତ୍ୱ ପ୍ରଦର୍ଶନ କରି ଭାରତୀୟ ସେନା ବିଜୟ ଲାଭ କରିଥିଲା। ପୁଣି ଥରେ ଟାଇଗର୍ ହିଲ୍ ସମେତ ସବୁ ପୋଷ୍ଟରେ ଉଡ଼ିଥିଲା ତ୍ରିରଙ୍ଗା। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପ୍ରସିଦ୍ଧ ଲାହୋର ଯାତ୍ରାର କିଛି ଦିନ ପରେ ହିଁ ପିଠିରେ ଛୁରା ଭୁସି ପାକିସ୍ତାନ ଯେଉଁ ବିଶ୍ୱାସଘାତକତା କରିଥିଲା ତାହା ସାରା ବିଶ୍ୱ ‌ଆଗରେ ପାକ୍‌ର ଷଡ଼ଯନ୍ତ୍ର ଧରା ପକାଇ ଦେଇଥିଲା।

ସେନାର ପରାକ୍ରମ, ରାଜନୈତିକ ଓ କୂଟନୈତିକ ସ୍ତରରେ ଭାରତର ରଣନୀତି ଯୋଗୁ ପାକିସ୍ତାନ ହାର ମାନିଥିଲା। ଦୁଇ ମାସରୁ ଅଧିକ ଦିନ ଧରି ହୋଇଥିବା କାର୍ଗିଲ ଯୁଦ୍ଧରେ ୨୬ ଜଣ ଅଫିସର ଓ ୫୨୭ ଜଣ ଯବାନ ସହିଦ ହୋଇଥିଲେ। ୧୯୯୯ ମସିହା ଜୁଲାଇ ୨୬ରେ ଯୁଦ୍ଧ ଶେଷ ହେବା ସହିତ ଭାରତ ବିଜୟ ଲାଭ କରିଥିଲା।

୧୯୯୯ର ଭାରତ ଏବେ ବେଶ ବଦଳି ଯାଇଛି । ଭାରତୀୟ ବାୟୁସେନା ଅଧିକ ସୁଦୃଢ଼ ଓ ଶକ୍ତିଶାଳୀ ହୋଇଛି। କାର୍ଗିଲ ଯୁଦ୍ଧ ବେଳେ ଭାରତୀୟ ବାୟୁସେନା ପାଖରେ ଯେତିକି ଯୁଦ୍ଧାସ୍ତ୍ର ଥିଲା, ଯେତିକି ଜ୍ଞାନକୌଶଳ ଥିଲା, ଏବେ ସେଥିରେ ଆକାଶ ପାତାଳ ଫରକ। ସେତେବେଳେ ମିଗ୍-୨୧କୁ ବାରମ୍ବାର ବ୍ୟବହାର କରିବାକୁ ପଡୁଥିଲା। ହେଲେ ଏବେ ବାୟୁସେନା ପାଖରେ ଆତଙ୍କବାଦୀଙ୍କ ଆଡ୍ଡା ଠାବ କରିବା ଓ ଏହା ଉପରେ ନଜର ରଖିବା ଭଳି ଅନେକ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଯନ୍ତ୍ର ରହିଛି।



from OTV Khabar. https://ift.tt/2ybQQI6
ଆଜି କାର୍ଗିଲ ବିଜୟ ଦିବସ, ଜାଣନ୍ତୁ ୨୦ ବର୍ଷ ପୂର୍ବେ ଏହି ଦିନରେ କ’ଣ ଘଟିଥିଲା Rajalaxmi Sahoo ଆଜି କାର୍ଗିଲ ବିଜୟ ଦିବସ, ଜାଣନ୍ତୁ ୨୦ ବର୍ଷ ପୂର୍ବେ ଏହି ଦିନରେ କ’ଣ ଘଟିଥିଲା Rajalaxmi Sahoo Reviewed by SUBHENDU BARAL on July 25, 2019 Rating: 5

No comments:

Powered by Blogger.