ଜାଲ୍‌ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାର ଦୁଇଟି ଶିକ୍ଷାନୁଷ୍ଠାନ Rajalaxmi Sahoo

ନୂଆଦିଲ୍ଲୀ/ଭୁବନେଶ୍ୱର: ଜାଲ୍‌ ବିଶ୍ୱ ବିଦ୍ୟାଳୟ ତାଲିକାରେ ଓଡ଼ିଶାର ଦୁଇଟି ଶିକ୍ଷାନୁଷ୍ଠାନ ନାମ ରହିଛି। ଏହି ୨ଟି ଶିକ୍ଷାନୁଷ୍ଠାନ ହେଲା- ବାରିପଦା ସ୍ଥିତ ନର୍ଥ ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲ୍‌ଚର ଏଣ୍ଡ୍‌ ଟେକ୍ନୋଲୋଜି ଏବଂ ରାଉରକେଲା ସ୍ଥିତ ନବ ଭାରତ ଶିକ୍ଷା ପରିଷଦ।

ସାରା ଦେଶରେ ଚାଲିଥିବା ଜାଲ୍ ବିଶ୍ୱବିଦ୍ୟାଳୟକୁ ନେଇ ୟୁଜିସି ପକ୍ଷରୁ ଏକ ତାଲିକା ପ୍ରକାଶ କରାଯାଇଛି। ଏଥିରେ ଓଡ଼ିଶାର ଏହି ଦୁଇଟି ଶିକ୍ଷାନୁଷ୍ଠାନ ରହିଛି। ଏସବୁ ଶିକ୍ଷାନୁଷ୍ଠାନରେ ନାମ ନ ଲେଖାଇବା ପାଇଁ ୟୁଜିସି ପକ୍ଷରୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ସତର୍କ କରାଯାଇଛି।

ଜାଲ୍ ବିଶ୍ୱ ବିଦ୍ୟାଳୟ ତାଲିକାରେ ଉତ୍ତରପ୍ରଦେଶର ସର୍ବାଧିକ ୮ଟି ଶିକ୍ଷାନୁଷ୍ଠାନ ଥିବା ବେଳେ ଦିଲ୍ଲୀର ୭ଟି,  କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ପୁଡୁଚେରୀର ଗୋଟିଏ ଲେଖାଏ ଶିକ୍ଷାନୁଷ୍ଠାନ ରହିଛି।



from OTV Khabar. https://ift.tt/2Y8llJK
ଜାଲ୍‌ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାର ଦୁଇଟି ଶିକ୍ଷାନୁଷ୍ଠାନ Rajalaxmi Sahoo ଜାଲ୍‌ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାର ଦୁଇଟି ଶିକ୍ଷାନୁଷ୍ଠାନ Rajalaxmi Sahoo Reviewed by SUBHENDU BARAL on July 23, 2019 Rating: 5

No comments:

Powered by Blogger.