ଭୁବନେଶ୍ୱର: ଦୁବାଇରେ ଫସିଥିବା ୧୮ଜଣ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଦୁବାଇ ସ୍ଥିତ ଭାରତୀୟ ଦୂତାବାସକୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏନେଇ ଦୁବାଇ ସ୍ଥିତ ଦୂତାବାସ ଅଧିକାରୀ ଶାରଜାହରେ ଫସି ଥିବା ଶ୍ରମିକଙ୍କୁ ଭେଟିବା ସହ ସେମାନେ ଭଲରେ ଥିବା ନେଇ ଜଣାଇଛନ୍ତି।
ଭାରତୀୟ ଦୂତାବାସର ଏହି ଉଦ୍ୟମକୁ ବୈଜୟନ୍ତ ପଣ୍ଡା ଟ୍ୱିଟ୍ କରି ପ୍ରଶଂସା କରିବା ସହ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଓ ତାଙ୍କ ମନ୍ତ୍ରାଳୟ ସଦସ୍ୟଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି। ଏଥିସହ ଶ୍ରମିକଙ୍କ ଶୀଘ୍ର ପ୍ରତ୍ୟାବର୍ତ୍ତନ ନେଇ ସେ ଆଶାବାଦୀ ଥିବା ଦର୍ଶାଇଛନ୍ତି।
ସୂଚନାଥାଉ କି, ଏହି ଶ୍ରମିକମାନେ ୨୦୧୮ ନଭେମ୍ବର ୪ ରେ ଦୁବାଇ ଯାଇଥିଲେ। ୯ ମାସ କାମ କରିବା ପରେ ବି ସେମାନଙ୍କୁ ଦରମା ଦିଆ ନ ଯାଇ ନିର୍ଯାତନା ଦିଆଯାଉଥିଲା ଅଭିଯୋଗ ହୋଇଛି।
from OTV Khabar. https://ift.tt/2ltDqo5
ଦୁବାଇରେ ଫସିଥିବା ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଚିଠି ଲେଖିଲେ ବୈଜୟନ୍ତ ପଣ୍ଡା Rajalaxmi Sahoo
Reviewed by SUBHENDU BARAL
on
July 14, 2019
Rating:
No comments: