ପାଟକୁରା ନିର୍ବାଚନ ଫଳାଫଳ: ପ୍ରଥମ ରାଉଣ୍ଡ୍‌ରେ ବିଜେଡି ଆଗୁଆ Rajalaxmi Sahoo

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ଆସନ ଲାଗି ଆଜି ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ୩୦୯ଟି ବୁଥ୍ ପାଇଁ ୧୭ ରାଉଣ୍ଡ୍‌ରେ ଭୋଟ୍‌ ଗଣତି ଚାଲିଛି। ତେବେ ପ୍ରଥମ ରାଉଣ୍ଡ୍‌ ଭୋଟ୍‌ ଗଣତି ସରିଛି। ଏହି ରାଉଣ୍ଡ୍‌ରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍‌ ଆଗୁଆ ଅଛନ୍ତି। ସେ ୩ ହଜାର ୨୭ଟି ଭୋଟ୍‌ରେ ଆଗୁଆ ରହିଛନ୍ତି। ତାଙ୍କୁ ୬୮୩୫ ଖଣ୍ଡ ଭୋଟ୍‌ ମିଳିଛି। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୩୮୦୮ ଖଣ୍ଡ ଭୋଟ୍‌ ମିଳିଛି।

ପ୍ରଥମ ରାଉଣ୍ଡ୍‌ ଭୋଟ୍‌ ଗଣତି ସରି ଥିବାବେଳେ ଆହୁରି ୧୬ଟି ରାଉଣ୍ଡ୍‌ରେ ଭୋଟ୍‌ ଗଣତି ଚାଲିଛି।ଭୋଟ୍‌ ଗଣତି ପାଇଁ ୧୮ଟି ଟେବୁଲ୍‌ର ବ୍ୟବସ୍ଥା କରାଯାଇଛି।

ପ୍ରତି ଟେବୁଲ୍ ପାଇଁ ମାଇକ୍ରୋ ଅବଜରଭର୍ ଓ ଦୁଇ ଜଣ କାଉଣ୍ଟିଂ ପର୍ସନଲ୍‌ ରହିବେ। ଶୀଘ୍ର ଗଣତି କରି ଦିନ ଗୋଟାଏ ସୁଦ୍ଧା ଫଳାଫଳ ଘୋଷଣା କରାଯିବ ବୋଲି ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂଚନା ଦେଇଥିଲେ।

ଆହୁରି ମଧ୍ୟ ପଢ଼ନ୍ତୁ: ଆରମ୍ଭ ହେଲା ପାଟକୁରା ବିଧାନସଭା ଆସନ ଲାଗି ଭୋଟ୍‌ ଗଣତି



from OTV Khabar. https://ift.tt/2JO1J9Y
ପାଟକୁରା ନିର୍ବାଚନ ଫଳାଫଳ: ପ୍ରଥମ ରାଉଣ୍ଡ୍‌ରେ ବିଜେଡି ଆଗୁଆ Rajalaxmi Sahoo ପାଟକୁରା ନିର୍ବାଚନ ଫଳାଫଳ: ପ୍ରଥମ ରାଉଣ୍ଡ୍‌ରେ ବିଜେଡି ଆଗୁଆ Rajalaxmi Sahoo Reviewed by SUBHENDU BARAL on July 23, 2019 Rating: 5

No comments:

Powered by Blogger.