ମାଙ୍ଗାଲୁରୁ/ବେଙ୍ଗାଲୁରୁ: ନିଖୋଜ ହେବାର ୨ଦିନ ପରେ କାଫେ କଫି ଡେ’ର ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। କର୍ଣ୍ଣାଟକର ମାଙ୍ଗାଲୁରୁ ନିକଟସ୍ଥ ନେତ୍ରାବତୀ ନଦୀରୁ ସିଦ୍ଧାର୍ଥଙ୍କ ମୃତଦେହକୁ ଆଜି ସକାଳେ ଉଦ୍ଧାର କରାଯାଇଛି।
ସୋମବାର ରାତିରୁ ସିଦ୍ଧାର୍ଥ ନିଖୋଜ ଥିଲେ। ସେ ନେତ୍ରାବତୀ ନଦୀରେ ଡେଇଁବା ବେଳେ ସ୍ଥାନୀୟ ମତ୍ସଜୀବୀ ଦେଖିଥିବା ଜଣାପଡ଼ିବା ପରେ ତାଙ୍କୁ ଉଦ୍ଧାର କରିବା ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା।କାଲି ସାରା ଦିନ ନଦୀରେ ସର୍ଚ୍ଚ ଅପରେସନ୍ ଚାଲିଥିଲା। ଉଦ୍ଧାର କାର୍ଯ୍ୟରେ କୋଷ୍ଟଗାର୍ଡ ଓ ଏନ୍ଡିଆର୍ଏଫ୍ ସାମିଲ ହୋଇଥିଲେ।
ସିଦ୍ଧାର୍ଥଙ୍କୁ ଶେଷ ଥର ପାଇଁ ତାଙ୍କ ଡ୍ରାଇଭରଙ୍କ ସହ କଥା ହୋଇଥିଲେ। ତାଙ୍କର ଏକ ଚିଠି ଭାଇରାଲ ହୋଇଛି। ଏଥିରେ ସେ ବ୍ୟବସାୟରେ କ୍ଷତି ଓ ଆୟକର ବିଭାଗର ହଇରାଣ ସଂପର୍କରେ ଉଲ୍ଲେଖ କରିଛନ୍ତି।
ସେ ଚିଠିରେ ଲେଖିଥିଲେ, “ମୋ ଉପରେ ଅହେତୁକ ବିଶ୍ୱାସ ଓ ଆସ୍ଥା ସ୍ଥାପନ କରିଥିବା ଲୋକଙ୍କୁ ମୁଁ କ୍ଷମା ମାଗୁଛି। ସେମାନଙ୍କ ପାଇଁ ମଧ୍ୟ ଦୁଃଖ ପ୍ରକାଶ କରୁଛି। ମୁଁ ଜଣେ ଉଦ୍ୟୋଗପତି ଭାବେ ବିଫଳ ହୋଇଛି। ମୁଁ ଦୀର୍ଘ ସମୟ ହେଲା ବିଭିନ୍ନ ସମସ୍ୟା ସହ ଲଢ଼ୁଥିଲି, କିନ୍ତୁ ଏବେ ମୁଁ ଏତେ ଚାପ ଆଉ ସମ୍ଭାଳି ପାରୁନାହିଁ।
ଏଥିସହ ଆୟକର ବିଭାଗର ଅଧିକାରୀମାନେ ତାଙ୍କ କମ୍ପାନୀକୁ ଜବତ କରିବା ପାଇଁ ବାରମ୍ବାର ଚାପ ପକାଇବା ସହ ହଇରାଣ କରୁଥିଲେ, ସେକଥା ମଧ୍ୟ ସିଦ୍ଧାର୍ଥ ତାଙ୍କ ଶେଷ ଚିଠିରେ ଉଲ୍ଲେଖ କରିଛନ୍ତି।
from OTV Khabar. https://ift.tt/2YyVNWc
No comments: