ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ୫୦୦, ଜରୁରୀକାଳୀନ ଗାଡ଼ିକୁ ରାସ୍ତା ନ ଛାଡ଼ିଲେ ୧୦ ହଜାର ଗଣିବେ Rajalaxmi Sahoo

ନୂଆଦିଲ୍ଲୀ: ମୋଟରଯାନ (ସଂଶୋଧନ) ବିଲ୍ ୨୦୧୯ ଗତକାଲି ରାଜ୍ୟସଭାରେ ପାରିତ ହୋଇଛି। ରାଜ୍ୟସଭାରେ ବିତର୍କ ପରେ ୧୦୮ ଖଣ୍ଡ ଭୋଟ୍ ପାଇ ଏହି ବିଲ୍‌ ପାରିତ ହୋଇଛି। ଏହା ପୂର୍ବରୁ ଜୁଲାଇ ୧୩ ତାରିଖରେ ଲୋକସଭାରେ ଏହି ବିଲ୍ ପାରିତ ହୋଇଥିଲେ ମଧ୍ୟ ମୁଦ୍ରଣ ଜନିତ ତ୍ରୁଟି ଥିବାରୁ ପୁଣି ଥରେ ଏହା ଲୋକସଭାକୁ ଯିବ।

କଡ଼ାକଡ଼ି ଭାବେ ଟ୍ରାଫିକ୍ ନିୟମ ପାଳନ ଓ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ମୋଟା ଅଙ୍କର ଜୋରିମାନା ଆଦାୟକୁ ନେଇ ଏଥିରେ ଗୁରୁତ୍ୱ ଦିଆଯାଇଛି।  ଏହି ବିଲ୍ ସଂଶୋଧନ ହେବା ପରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ସର୍ବନିମ୍ନ ୧୦୦ ଟଙ୍କା ବଦଳରେ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ।

ଜରୁରୀକାଳୀନ ଗାଡ଼ିକୁ ରାସ୍ତା ନ ଛାଡ଼ିଲେ ଓ ଉପଯୁକ୍ତ ଯୋଗ୍ୟତା ନ ଥିବା ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ।

ଜାଣନ୍ତୁ ନୂଆ ମୋଟର ଯାନ ଆଇନରେ କ’ଣ ସବୁ ନିୟମ ରହିଛି…

  • ଧାର୍ଯ୍ୟ ବେଗଠାରୁ ଅଧିକ ବେଗରେ ଗାଡ଼ି ଚଳାଇଲେ ୧ ହଜାରରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ। ବିନା ବୀମା ଥିବା ଗାଡ଼ି ଚଳାଇଲେ ୨ ହଜାର ଟଙ୍କା ଜୋରିମାନା, ବିନା ହେଲମେଟ୍‌ରେ ଗାଡ଼ି ଚଳାଇଲେ ୧ ହଜାର ଟଙ୍କା ଜୋରିମାନା ସହ ୩ ମାସ ଲାଇସେନ୍ସ ରଦ୍ଦ କରାଯିବ।
  • ବିନା ଲାଇସେନ୍ସରେ ଗାଡ଼ି ଚଳାଇଲେ ୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ଲାଇସେନ୍ସ ରଦ୍ଦ ହେବାପରେ ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା, ବିପଦପୂର୍ଣ୍ଣ ଭାବେ ଗାଡ଼ି ଚଳାଇଲେ ୫ ହଜାର ଟଙ୍କା, ମଦ୍ୟପାନ କରି ଗାଡି ଚଳାଇଲେ ୧୦ହଜାର ଟଙ୍କା ଓ ବିନା ସିଟ୍ ବେଲ୍ଟ ବାନ୍ଧି ଗାଡ଼ି ଚଳାଇଲେ ୧ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ।
  • ଗାଡ଼ିରେ ଓଭରଲୋଡିଂ କଲେ ୨୦ ହଜାର ଟଙ୍କା ଜୋରିମାନା ଦେବାକୁ ବ୍ୟବସ୍ଥା ରହିଛି। ଏହାସହ ଅଭିଭାବକଙ୍କ ଜାଣତରେ ଯଦି ନାବାଳକ କିମ୍ବା ନାବାଳିକା ଗାଡ଼ି ଚଳାଇ ଟ୍ରାଫିକ୍ ଆଇନ ଉଲ୍ଲଂଘନ କରନ୍ତି ତେବେ ଅଭିଭାବକଙ୍କୁ ୨୫ ହଜାର ଟଙ୍କା ଜୋରିମାନା ସହ ୩ ବର୍ଷ ଜେଲଦଣ୍ଡ ଏବଂ ଗାଡିର ଲାଇସେନ୍ସ ରଦ୍ଦ କରାଯିବା ବ୍ୟବସ୍ଥା ରହିଛି।


from OTV Khabar. https://ift.tt/2Mub74g
ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ୫୦୦, ଜରୁରୀକାଳୀନ ଗାଡ଼ିକୁ ରାସ୍ତା ନ ଛାଡ଼ିଲେ ୧୦ ହଜାର ଗଣିବେ Rajalaxmi Sahoo ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ୫୦୦, ଜରୁରୀକାଳୀନ ଗାଡ଼ିକୁ ରାସ୍ତା ନ ଛାଡ଼ିଲେ ୧୦ ହଜାର ଗଣିବେ Rajalaxmi Sahoo Reviewed by SUBHENDU BARAL on July 31, 2019 Rating: 5

No comments:

Powered by Blogger.