ଅଟକିଲା ‘ଚନ୍ଦ୍ରଯାନ-୨’ର ଉତ୍‌କ୍ଷେପଣ Rajalaxmi Sahoo

ନୂଆଦିଲ୍ଲୀ: ଅଟକିଲା ‘ଚନ୍ଦ୍ରଯାନ-୨’ର ମହାକାଶ ମିଶନ୍। ଶେଷ ମୁହୂର୍ତ୍ତରେ ବୈଷୟିକ ତ୍ରୁଟି ଯୋଗୁ ଉତ୍‌କ୍ଷେପଣ ପ୍ରକ୍ରିୟାରେ ରୋକ୍‌ ଲଗାଯାଇଛି।  ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧୱନ କେନ୍ଦ୍ରର ୨ ନମ୍ବର ଲଞ୍ଚ୍ ପ୍ୟାଡ୍‌ରୁ ଗତକାଲି ବିଳମ୍ବିତ ରାତି ୨ଟା ୫୧ରେ ରକେଟ୍ ଜିଏସ୍ଏଲ୍‌ଭି ମାର୍କ ଥ୍ରୀ ବା ବାହୁବଳୀ ‘ଚନ୍ଦ୍ରଯାନ-୨’କୁ ନେଇ ମହାକାଶ ଅଭିମୁଖେ ଯାତ୍ରା କରିଥାନ୍ତା। ହେଲେ ଉତ୍‌କ୍ଷେପଣର ନିର୍ଦ୍ଧାରିତ ସମୟର ୫୬ ମିନିଟ୍ ପୂର୍ବରୁ ମିଶନ ସ୍ଥଗିତ ରଖାଯାଇଥିଲା।

ଲଞ୍ଚ ଭେହିକିଲ୍‌ ସିଷ୍ଟମରେ ତ୍ରୁଟି ଯୋଗୁ ଉତ୍‌କ୍ଷେପଣ କରାଯାଇ ପାରିନି। ତେବେ ଖୁବ୍‌ଶୀଘ୍ର ଉତ୍‌କ୍ଷେପଣ ପାଇଁ ନୂଆ ତାରିଖ ଘୋଷଣା ହେବ ବୋଲି ଇସ୍ରୋ ପକ୍ଷରୁ ସୂଚନା ମିଳିଛି।

ପୂର୍ବରୁ ଭାରତର ‘ଚନ୍ଦ୍ରଯାନ-୧’ ଓ ‘ମଙ୍ଗଳଯାନ’ ମିଶନ ସଫଳ ହୋଇଥିଲେ ବି ‘ଚନ୍ଦ୍ରଯାନ-୨’ ଇସ୍ରୋ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ୍ ରହିଛି। ଯଦି ଆଗକୁ ଏହା ସଫଳ ହୁଏ ତେବେ ଭାରତ ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ମହାକାଶଯାନ ଅବତରଣ କରିବ। ହଲିଉଡ୍ ଫିଲ୍ମ ଆଭେଞ୍ଜର୍ସ୍ ଏଣ୍ଡ୍ ଗେମ୍ ପାଇଁ ପ୍ରାୟ ଅଢ଼େଇ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏହାର ଅଧାଠୁ ବି କମ୍ ଖର୍ଚ୍ଚ ଅର୍ଥାତ୍ ମାତ୍ର ୯୬୦ କୋଟି ଟଙ୍କାରେ ‘ଚନ୍ଦ୍ରଯାନ-୨’ ଅଭିଯାନ ସମ୍ପୂର୍ଣ୍ଣ ହେବା ଚର୍ଚ୍ଚା ସୃଷ୍ଟି କରିଛି।  ଏହି ମିଶନ ପଛରେ ଓଡ଼ିଶାର ବି ବଡ଼ ଭୂମିକା ରହିଛି। ରୋଭର୍ ‘ପ୍ରଜ୍ଞାନ’ର ଲିମ୍ବ୍ ସହ ବାହୁବଳୀ ରକେଟ୍‌ର ବହୁ ଯନ୍ତ୍ରାଂଶ ଭୁବନେଶ୍ୱର ସ୍ଥିତ ସେଣ୍ଟ୍ରାଲ୍ ଟୁଲ୍ ରୁମ୍ ଆଣ୍ଡ୍ ଟ୍ରେନିଂ ସେଣ୍ଟର୍ (ସିଟିଟିସି)ରେ ତିଆରି ହୋଇଛି।



from OTV Khabar. https://ift.tt/2Y2lSB2
ଅଟକିଲା ‘ଚନ୍ଦ୍ରଯାନ-୨’ର ଉତ୍‌କ୍ଷେପଣ Rajalaxmi Sahoo ଅଟକିଲା ‘ଚନ୍ଦ୍ରଯାନ-୨’ର ଉତ୍‌କ୍ଷେପଣ Rajalaxmi Sahoo Reviewed by SUBHENDU BARAL on July 14, 2019 Rating: 5

No comments:

Powered by Blogger.