ନୂଆଦିଲ୍ଲୀ: ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୨’ ପାଇଁ କାଉଣ୍ଟ୍ ଡାଉନ୍ ଆରମ୍ଭ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଆଜି ସକାଳ ୬ଟା ୫୧ରୁ ୨୦ ଘଣ୍ଟିଆ କାଉଣ୍ଟ୍ ଡାଉନ୍ ଆରମ୍ଭ ହୋଇଛି। ୧୫ ତାରିଖ ରାତି ୨ଟା ୫୧ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସତୀଶ ଧାଓ୍ୱନ୍ ମହାକାଶ କେନ୍ଦ୍ରରୁ ଜିଏସ୍ଏଲ୍ଭି ମାର୍କ ଥ୍ରୀ ରକେଟ୍ ବା ବାହୁବଳୀ ସାହାଯ୍ୟରେ ଏହାର ଉତ୍କ୍ଷେପଣ ହେବ।
‘ଚନ୍ଦ୍ରଯାନ-୨’ ମିଶନକୁ ଅର୍ବିଟର, ଲ୍ୟାଣ୍ଡର ଓ ରୋଭର୍ ଏହିଭଳି ତିନି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ଥର ଲାଗି ଲ୍ୟାଣ୍ଡ୍ର ‘ବିକ୍ରମ’କୁ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ଲାଗି ଇସ୍ରୋ ପ୍ରୟାସ କରିବ। ଏହା ପରେ ଚନ୍ଦ୍ରପୃଷ୍ଠରେ ରୋଭର୍ ‘ପ୍ରଜ୍ଞାନ’ ବିଚରଣ କରି ଫଟୋ ନେବା ସହ ବିଭିନ୍ନ ତଥ୍ୟ ସଂଗ୍ରହ କରିବ। ପୁରା ମିଶନରେ ୯୭୮ କୋଟି ଟଙ୍କା ଖର୍ଚ୍ଚ ହେବ। ଆସନ୍ତା ସେପ୍ଟେମ୍ବର ୬ କିମ୍ବା ୭ ତାରିଖରେ ଏହା ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ।
ତେବେ ପ୍ରଥମ ଥର ପାଇଁ ମହାକାଶଯାନକୁ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡ୍ କରାଇବା ଇସ୍ରୋ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ। ଚନ୍ଦ୍ରଯାନ-୧ ମିଶନର ୧୧ ବର୍ଷ ପରେ ଏହି ଦ୍ୱିତୀୟ ଚନ୍ଦ୍ର ଅଭିଯାନ ପାଇଁ ଇସ୍ରୋ ଆଶାବାଦୀ ଥିବା ବେଳେ ଏହା ଉପରେ ସାରା ବିଶ୍ୱର ନଜର ରହିଛି। ଏହି ଅଭିଯାନ ସଫଳ ହେଲେ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡ୍ କରିବାରେ ଭାରତ ଚତୁର୍ଥ ଦେଶର ମାନ୍ୟତା ଅର୍ଜନ କରିବ।
from OTV Khabar. https://ift.tt/2GfGBqW
Reviewed by SUBHENDU BARAL
on
July 13, 2019
Rating:
No comments: