ଖତ ଖାଉଛି ଲକ୍ଷାଧିକ ଟଙ୍କାର ମୋବାଇଲ ଟଏଲେଟ Pradesh Pratyush

ଜୟପୁର( ଗୌରୀ ଶଙ୍କର ) : ଖତ ଖାଉଛି ସରଞ୍ଜାମ। ବ୍ୟବହାର ହୋଇପାରୁନି ମୋବାଇଲ ଟଏଲେଟ୍। ଫଳରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ନଷ୍ଟ ହେବାକୁ ବସିଛି । ଜୟପୁର ସହରର ବସ୍ତି ଅଞ୍ଚଳରେ ସୁସ୍ଥ ପରିବେଶ ସୃଷ୍ଟି ପାଇଁ  କରାଗଲା ମୋବାଇଲ ଟଏଲେଟ ବ୍ୟବସ୍ଥା।

ହେଲେ ଦୁଇ ତିନି ମାସ କାର୍ଯ୍ୟକ୍ଷମ ହେବା ପରେ ଏବେ ବ୍ୟବହାର ଅନୁପଯୋଗୀ। ମୋଟ ୫ଟି ମୋବାଇଲ ଟଏଲେଟ ଏବେ ଦଶହରା ପଡିଆ, ଟାଉନହଲ, ପୁରୁଣାଗଡ, ଆଦର୍ଶନଗର, ଜୟନଗରରେ ପଡି ରହିଛି।

ସେହିପରି ଗୋଷ୍ଠୀ ଶୌଚାଳୟର ବି ଅବସ୍ଥା ସାଂଘାତିକ। କେଉଁଠି ପାଣିର ସମସ୍ୟା ତ ଆଉ କେଉଁଠି ଶୌଚାଳୟ ନିର୍ମାଣ ସରିଥିଲେ ବି କାର୍ଯ୍ୟକ୍ଷମ ହୋଇନପାରୁନଥିବା ଅଭିଯୋଗ ହୋଇଛି। ହେଲେ ପ୍ରଶାସନର ଏଥିପ୍ରତି ଦୃଷ୍ଟି ପଡୁନି।

ପୌରାଞ୍ଚଳ ଆର୍ଥିକ ପାଣ୍ଠିରୁ ପ୍ରାୟ ୨୬ଲକ୍ଷ ଟଙ୍କାରେ ୫ଟି ମୋବାଇଲ ଟଏଲେଟ୍ କ୍ରୟ କରାଯାଇଥିଲା।  ଯାହା ଏବେ ଖତ ଖାଉଛି। ସ୍ୱଚ୍ଛଭାରତ ମିଶନରେ ସହରର ୧୯ଟି ଗୋଷ୍ଠୀ ଶୌଚାଳୟରୁ ପାଖାପାଖି ୧୪ଟି କାର୍ଯ୍ୟକ୍ଷମ ହୋଇଥିଲେ ବି ଅବଶିଷ୍ଟ ନାନାଦି ସମସ୍ୟା ଯୋଗୁଁ ଅଚଳ ହୋଇପଡିଛି।



from OTV Khabar. https://ift.tt/32Mx3x6
ଖତ ଖାଉଛି ଲକ୍ଷାଧିକ ଟଙ୍କାର ମୋବାଇଲ ଟଏଲେଟ Pradesh Pratyush ଖତ ଖାଉଛି ଲକ୍ଷାଧିକ ଟଙ୍କାର ମୋବାଇଲ ଟଏଲେଟ Pradesh Pratyush Reviewed by SUBHENDU BARAL on July 24, 2019 Rating: 5

No comments:

Powered by Blogger.