କୋରାପୁଟ ( ସୂର୍ଯ୍ୟପଣ୍ଡା) : ଲଗାଣ ବର୍ଷା ପାଇଁ କୋରାପୁଟ ଜିଲ୍ଲାକୁ ରେଡ୍ ଆଲର୍ଟ। ଗତ ୪ ଦିନ ଧରି କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭୀଷଣ ବର୍ଷା ହୋଇଛି। ଏଥିପାଇଁ ରାଜ୍ୟ ପାଣିପାଗ ବିଭାଗ ଦ୍ୱାରା କୋରାପୁଟକୁ ରେଡ୍ ଆଲର୍ଟ ଦିଆଯାଇଥିବା ଜିଲ୍ଲା ଆପାତ୍ତକାଳୀନ ଅଧିକାରୀ ସିଦ୍ଧାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି।
ଲଗାଣ ବର୍ଷା ଯୋଗୁଁ ବୈପାରିଗୁଡା, ବୋରିଗୁମ୍ମା ଓ ଜୟପୁର ଅଞ୍ଚଳରେ ପ୍ରାୟ ୧୨ ଟି ଘର ଭାଙ୍ଗି ଯାଇଥିବା ବେଳେ ବୈପାରିଗୁଡ଼ା ବ୍ଲକ୍ ଅନ୍ତର୍ଗତ ଡୁମୁରିଗୁଡ଼ା ଗ୍ରାମରେ ଘରକାନ୍ଥ ପଡି ଜଣେ ମହିଳା ଆହତ ହୋଇଛନ୍ତି।
ସେହିପରି ବୋରିଗୁମ୍ମା ବ୍ଲକ୍ର ନକୁଳଗୁଡ଼ା ଗ୍ରାମରେ ୩ଟି ଘର ଭାଙ୍ଗି ଯାଇଥିବା ଯୋଗୁଁ ସେହି ତିନୋଟି ପରିବାରର ୧୫ ଜଣଙ୍କୁ ପଞ୍ଚାୟତ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇ ଥଇଥାନ କରାଯାଇଛି। ତେବେ କୋରାପୁଟ ଜିଲ୍ଲାକୁ ପାଣିପାଗ ବିଭାଗ ଦ୍ୱାରା ରେଡ୍ ଆଲର୍ଟରେ ଅନ୍ତର୍ଭୁକ୍ତ କରାଯିବା ପରେ ସମଗ୍ର ଜିଲ୍ଲାରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇ ପରିସ୍ଥିତିକୁ ଅନୁଧ୍ୟାନ କରାଯାଉଛି।
from OTV Khabar. https://ift.tt/2K4AZC5
No comments: